ଓଡିଶା

odisha

ETV Bharat / bharat

ଆମେରିକାରେ ମୋଦି-ବାଇଡେନ ଭେଟଘାଟ, ଚିହିଁକି ଉଠିଲା ଚୀନ - Chinese Media On Quad

ମୋଦି-ବାଇଡେନଙ୍କ ଆଲୋଚନା ଉପରେ ରହିଛି ସମଗ୍ର ବିଶ୍ବର ନଜର । ଏହାରି ମଧ୍ୟରେ ଚିହିଁକି ଉଠିଛି ଚୀନ । ୱଶିଂଟନରେ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କ କ୍ବାଡ ସମ୍ମିଳନୀକୁ ଅପ୍ରାସଙ୍ଗିକତା ବୋଲି କହିଛି ଡ୍ରାଗନ । ଅଧିକ ପଢନ୍ତୁ...

ଆମେରିକାରେ ମୋଦି-ବାଇଡେନ ଭେଟଘାଟ, ଚିଇଁକି ଉଠିଲା ଚୀନ
ଆମେରିକାରେ ମୋଦି-ବାଇଡେନ ଭେଟଘାଟ, ଚିଇଁକି ଉଠିଲା ଚୀନ

By

Published : Sep 24, 2021, 10:04 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଇଟହାଉସରେ ହୋଇଛି ୨ ହାଇପ୍ରୋଫାଇ ନେତାଙ୍କ ଭେଟଘାଟ । ମୋଦି-ବାଇଡେନଙ୍କ ଆଲୋଚନା ଉପରେ ରହିଛି ସମଗ୍ର ବିଶ୍ବର ନଜର । ଏହାରି ମଧ୍ୟରେ ଚିହିଁକି ଉଠିଛି ଚୀନ । ୱଶିଂଟନରେ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କ କ୍ବାଡ ସମ୍ମିଳନୀକୁ ଅପ୍ରାସଙ୍ଗିକତା ବୋଲି କହିଛି ଡ୍ରାଗନ ।

ଶୁକ୍ରବାର କ୍ବାଡ ସମୂହକୁ ସମାଲୋଚନା କରି ଚୀନ କହିଛି, 'ବିଶିଷ୍ଟ ବନ୍ଦ ସମୂହ'ର ଗଠନ ବର୍ତ୍ତମାନ ସମୟର ବିରୋଧୀ । ଏହାକୁ କାହାରି ସମର୍ଥନ ମିଳିବ ନାହିଁ । କ୍ବାଡ ନେତାଙ୍କ ସାମ୍ନାସାମ୍ନି ଏହା ପ୍ରଥମ ବୈଠକ ।

କ୍ବାଡ ସମ୍ମିଳନୀକୁ ନେଇ ଚୀନ ବୈଦେଶିକ ମୁଖପାତ୍ର ପ୍ରତିକ୍ରିୟା ଦେଇଛନ୍ତି, ଚାରି ଦେଶର ସମୂହକୁ କୌଣସି ତୃତୀୟ ଦେଶ ଓ ଏହାର ହିତକୁ ଟାର୍ଗେଟ କରିବା ଉଚିତ ନୁହେଁ । ଚୀନ ସର୍ବଦା ମାନିଆସିଛି ଯେ କୌଣସି କ୍ଷେତ୍ରୀୟ ସହଯୋଗ ପ୍ରଣାଳୀକୁ କୌଣସି ତୃତୀୟ ପକ୍ଷ ଟାର୍ଗେଟ କରିବା ଉଚିତ ନୁହେଁ କିମ୍ବା ଏହାର ହିତକୁ କ୍ଷତି ନପହଁଞ୍ଚାଇବା ଦରକାର । ତେବେ ଏହି ସମୂହକୁ କାହାରି ସମର୍ଥନ ମିଳିବ ନାହିଁ ବୋଲି କହିଛି ଚୀନ ।

ପ୍ରଥମ ଥର ପାଇଁ 4 କ୍ବାଡ ଦେଶର ରାଷ୍ଟ୍ରମୁଖ୍ୟ ସାମ୍ନାସାମ୍ନି ବୈଠକରେ ସାମିଲ ହେଉଛନ୍ତି । ଲଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ 4 କ୍ବାଡ ଦେଶର ଏହି ବୈଠକ ଉଭୟ ସାମରିକ ଓ କୂଟନୈତିକ ଦୃଷ୍ଟିକୋଣରୁ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ବାଡ ସମ୍ମିଳନୀର ଅଧ୍ୟକ୍ଷତା କରିବା ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଧ୍ୟ ସମ୍ମଳନୀରେ ଯୋଗଦେବେ । ଏହା ହେଉଛି ଭାରତ-ଆମେରିକା-ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ପ୍ରଥମ ସମ୍ମିଳନୀ ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ସମ୍ମିଳନୀରେ ଆଲୋଚନା ହୋଇଥିବା କୋଭିଡ-୧୯ କ୍ବାଡ ଟିକା ବାବଦରେ ଏଥର ମଧ୍ୟ ସମୀକ୍ଷା କରାଯିବ । ସେମାନେ ମଧ୍ୟ ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ । ଯେପରିକି ଜଟିଳ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ମାନବିକ ସହାୟତା, ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ।

କ୍ବାଡ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶ ବିଶେଷ କରି ସୀମା ସୁରକ୍ଷା ବାବଦରେ ଆଲୋଚନା କରିବେ । ସେହିପରି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ, ପୁଞ୍ଜିନିବେଶ, ସହବନ୍ଧତା, ସ୍ବଚ୍ଛ ଶକ୍ତି ସହଭାଗିତା ସହ ବୈଷୟିକ କ୍ଷେତ୍ରରେ ଉନ୍ନତିକରଣ ପାଇଁ ଆଲୋଚନା ହେବ ।

ABOUT THE AUTHOR

...view details