ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ(Army Chief General Manoj Pandey) ବଡ ବୟାନ ଦେଇଛନ୍ତି । ଚୀନ ସୀମା ବିବାଦର ସ୍ଥାୟୀ ସମାଧାନ ଚାହୁଁନଥିବା କହିଛନ୍ତି ସ୍ଥଳସେନା ମୁଖ୍ୟ । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, "ନୂଆଦିଲ୍ଲୀ ଭାରତ-ଚୀନ ସୀମା ବିବାଦର ମୂଳ ବିବାଦର ସ୍ଥାୟୀ ସମାଧାନ ଚାହୁଁଛି ।
ଚୀନ ସୀମା ବିବାଦ ଜାରି ରଖିବାକୁ ଚାହୁଁଛି: ସ୍ଥଳସେନା ମୁଖ୍ୟ - ଚୀନ ସୀମୀ ବିବାଦ ଜାରି ରଖିବାକୁ ଚାହୁଁଛି
କୌଣସି ମତେ ସୀମା ବିବାଦ ଜାରି ରଖିବାକୁ ଚାହୁଁଛି ଚୀନ । ସୀମାରେ ବିବାଦ ଜାରି ରଖିବାକୁ ବେଜିଂର ଉଦ୍ଦେଶ୍ୟ । କିନ୍ତୁ ଭାରତୀୟ ସେନା ସବୁ ସ୍ଥିତିର ମୁକାବିଲା ପାଇଁ ସକ୍ଷମ । ଅଧିକ ପଢନ୍ତୁ
ମାତ୍ର କୌଣସି ମତେ ସୀମା ବିବାଦ ଜାରି ରଖିବାକୁ ଚାହୁଁଛି ଚୀନ । ସୀମାରେ ବିବାଦ ଜାରି ରଖିବାକୁ ବେଜିଂର ଉଦ୍ଦେଶ୍ୟ । କିନ୍ତୁ ଭାରତୀୟ ସେନା ସବୁ ସ୍ଥିତିର ମୁକାବିଲା ପାଇଁ ସକ୍ଷମ । ସେନା ପାଖରେ ପର୍ଯ୍ୟାପ୍ତ ପରିମାଣର ଉପକରଣ ରହିଛି । ସେନାର ମନୋବଳ ଉଚ୍ଚ ରହିଛି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନାକୁ ଅଖଣ୍ଡ କ୍ଷମତା ଦିଆଯାଇଛି ।" ସ୍ଥଳସେନା ମୁଖ୍ୟ ଆହୁରି କହିଛନ୍ତି, "ଭାରତ ଚାହେଁ LAC ରେ ୨୦୨୦ ପୂର୍ବ ସ୍ଥିତିକୁ ଫେରାଇ ଆଣିବା । ଶାନ୍ତି ଓ ସ୍ଥିରତା ବଜାୟ ରଖିବା । କିନ୍ତୁ କେବଳ ଗୋଟିଏ ପକ୍ଷର ଉଦ୍ୟମ ଦ୍ବାରା ଏହା ସମ୍ଭବ ନୁହେଁ । ଚୀନ ଚାହୁଁନାହିଁ ବିବାଦର ସମାଧାନ ହେଉ ।"
ସୂଚନାଯୋଗ୍ୟ ଯେ, ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ବୀର ଯବାନ ସହିଦ ହୋଇଥିଲେ । ହେଲେ ଚୀନ ନିଜର ସୈନ୍ୟ ମୃତାହତକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ । ସେହି ସଂଘର୍ଷ ପର ଠାରୁ ଉଭୟ ଦେଶ LAC ରେ ବ୍ୟାପକ ସଂଖ୍ୟକ ସେନା ମୁତୟନ କରିବା ସହ ଭିତ୍ତିଭୂମି ସୁଦୃଢ କରିବାର ଲାଗିଛନ୍ତି ।