ଓଡିଶା

odisha

ETV Bharat / bharat

ସୀମାରେ ତିକ୍ତତା ପରେ ମୁହଁ ଖୋଲିଲା ଚୀନ, କହିଲା ଆମେ ଶାନ୍ତି ଚାହୁଁ

ଭାରତ- ଚୀନ ସେନା ମଧ୍ୟରେ ପୁଣି ତିକ୍ତତା ଦେଖାଯାଇଥିବା ବେଳେ ମୁହଁ ଖୋଲିଛି ଚୀନ। ଅଧିକ ପଢନ୍ତୁ....

ଭାରତ-ଚୀନ ସୀମାରେ ପୁଣି ତିକ୍ତତା ପରେ ମୁହଁ କୋଲିଲା ଚୀନ, କହିଲା ଆମେ ଶାନ୍ତି ଚାହୁଁ
ଭାରତ-ଚୀନ ସୀମାରେ ପୁଣି ତିକ୍ତତା ପରେ ମୁହଁ କୋଲିଲା ଚୀନ, କହିଲା ଆମେ ଶାନ୍ତି ଚାହୁଁ

By

Published : Jan 25, 2021, 5:51 PM IST

ନୂଆଦିଲ୍ଲୀ:ଭାରତ- ଚୀନ ସେନା ମଧ୍ୟରେ ପୁଣି ତିକ୍ତତା ଦେଖାଯାଇଥିବା ବେଳେ ମୁହଁ ଖୋଲିଛି ଚୀନ । ଚୀନର ବୈଦେଶିକ ମନ୍ତ୍ରାଣାଳୟ ମୁଖପାତ୍ର କହିଛନ୍ତି ଭାରତ-ଚୀନ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ସେନା ପ୍ରତିଶୃତିବଦ୍ଧ । ଆମେ ସେଠାରେ କୌଣସି ଅଶାନ୍ତି ଚାହଁ ନାହୁଁ ବୋଲି ଚୀନ କହିଛି ।

ସେହିପରି ସୀମାରେ ଉଭୟ ଦେଶ ସୀମାରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଗେଇବା ଆବଶ୍ୟକ । କୌଣସି ଉତ୍ତେଜନା ସୃଷ୍ଟିକାରୀ ଏକପାଖିଆ ପଦକ୍ଷେପରୁ ଉଭୟ ଦେଶ ନିବୃତ୍ତ ରହିବା ଜରୁରୀ ବୋଲି ଚୀନ କହିଛି । ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ବ୍ୟବହାରିକ ପଦକ୍ଷେପ ଗ୍ରହଣ କରିବ ବୋଲି ମଧ୍ୟ କହିଛି ଚୀନ ।

ଗତ କିଛି ମାସ ଧରି ଭାରତ-ଚୀନ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ତେବେ ଉଭୟ ସେନା ମଧ୍ୟରେ ବହୁ ବାର ଆଲୋଚନା ମଧ୍ୟ ହୋଇଥିବା ବେଳେ କିଛି ସ୍ଥିର ସମାଧାନ ନବାହାରିବା ଚିନ୍ତାର କାରଣ ହୋଇଛି । ତେବେ ଉତ୍ତେଜନା ସ୍ଥଳରୁ ଚୀନ ସେନା ପଛକୁ ହଟୁ ବୋଲି ଦାବି କରିଛି ଭାରତ । ଚୀନ ବାରମ୍ବାର ଶାନ୍ତି ବଜାୟ ରଖିବା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ନିଜ ସୈନ୍ୟ ପଛକୁ ହଟାଇବାରେ ଆଗ୍ରହ ଦେଖାଉନଥିବା ଦେଖାଯାଇଛି ।

ଅନ୍ୟପଟେ ଭାରତ ମଧ୍ୟ ସୀମାରେ ଚୀନ ସେନାର କୌଣସି ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ପାଇଁ ସେନା ବାହିନୀକୁ ପ୍ରସ୍ତୁତ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details