ଇଟାନଗର:ପୁଣି ମନମାନି ଚଳାଇଛି ଚୀନ । ଦାଦାଗିରି ଦେଖାଉଛି ଚୀନ । ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହି ଆସୁଥିବା ଚୀନ ପୁଣି ନୂଆ ପ୍ଲାନ କରିଛି । ମନଇଚ୍ଛା ଜୋର ଜବରଦସ୍ତ ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାମ ବଦଳାଇ ଦେଇଛି । ଅରୁଣାଚଳର 11ଟି ଅଞ୍ଚଳକୁ ନୂଆ ନାମକରଣ କରିଛି । ଏହି ଅଞ୍ଚଳ ଗୁଡିକୁ ଦକ୍ଷିଣ ତିବ୍ଦତର ଅଂଶ ବିଶେଷ ବୋଲି ଦାବି କରିଛି ଚୀନ । ୟୁକ୍ରେନ ଋଷ ଯୁଦ୍ଧ ଚାଲିଥିବା ବେଳେ ଚୀନ ଭାରତକୁ ଉସକାଉ ଥବା ଅନୁମାନ କରାଯାଉଛି ।
ଚୀନର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାଁ ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି । ଚାଇନିଜ, ତିବେତ ଓ ପିନୟିନ ଅନୁସାରେ ନାମ ପରିବର୍ତ୍ତନ କରାଯାଇଛି । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର 2ଟି ଜମି, ଦୁଇଟି ଆବାସିକ ଅଞ୍ଚଳ, 5ଟି ପାହାଡ ଓ 2ଟି ନଦୀର ନାଁ ବଦଳାଇଛି ଚୀନ । ଏନେଇ ବୈଦେଶିକ ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି,'' ଚୀନ ପ୍ରଥମ ଥର ପାଇଁ ଏପରି କରୁନାହିଁ । ପୂର୍ବପରି ଚୀନର ଏହି କାର୍ଯ୍ୟକୁ ଆମେ ନିନ୍ଦା କରୁଛି । ଅରୁଣାଚଳ ଭାରତର ଅବିଚ୍ଛେଦ ଅଙ୍ଗ । ଏହା ଭାରତର ସବୁବେଳେ ରହିବ । ନାମ ବଦଳାଇ ଦେଲେ ସତ୍ୟ କେବେ ବଦଳିବ ନାହିଁ ।''
ଏହା ବି ପଢନ୍ତୁ...No Plastic Campaign: ଦେଶର ଏମିତି ଏକ ଗାଁ, ପ୍ଲାଷ୍ଟିକ ଦେଲେ ମିଳୁଛି ସୁନା