ଓଡିଶା

odisha

ETV Bharat / bharat

China releases new map: ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ - ଚୀନ ମାନଚିତ୍ରରେ ଅରୁଣାଚଳ

ପୁଣି ସାମ୍ନାକୁ ଆସିଲା ଚୀନର ବଦମାଶୀ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ । ଅଧିକ ପଢନ୍ତୁ

China releases new map
China releases new map

By ETV Bharat Odisha Team

Published : Aug 29, 2023, 12:28 PM IST

ବେଜିଂ:ଜି-୨୦ ସମ୍ମିଳନୀ ପୂର୍ବରୁ ପୁଣିଥରେ ନିଜର ଚାଲିକି ଦେଖାଇଛି ଚୀନ । ସୋମବାର ଦିନ ଚୀନ ଆନୁଷ୍ଠାନିକ ଭାବେ ଏହାର ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରିଛି । ଯେଉଁଥିରେ, ଅରୁଣାଚଳ ପ୍ରଦେଶ ସାମିଲ ଅଛି । ମାନଚିତ୍ରରେ ଅରୁଣାଚଳ ସହ ଅକ୍ସାଇ ଚୀନ ଅଞ୍ଚଳ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜ ଅଞ୍ଚଳ ଭାବେ ଦାବି କରିଛି । ଅନ୍ୟପଟେ ଭାରତ ବାରମ୍ବାର କହିଆସୁଛି ଯେ, ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସବୁବେଳେ ରହିବ ।

ଚୀନର ସରକାରୀ ଖବରକାଗଜ ଗ୍ଲୋବଲ ଟାଇମ୍ସ 'X'(ପୂର୍ବର ଟ୍ବିଟର)ରେ ଲେଖିଛି, ଚୀନର ମାନକ ମାନଚିତ୍ରର ୨୦୨୩ ସଂସ୍କରଣ ଆନୁଷ୍ଠାନିକ ଭାବେ ସୋମବାର ଜାରି ହୋଇଛି ଏବଂ ପ୍ରାକୃତିକ ସମ୍ବଳ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ମ୍ୟାପ ସର୍ଭିସ୍‌ ୱେବସାଇଟ୍‌ରେ ଲଞ୍ଚ୍‌ କରାଯାଇଛି । ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦର୍ଶାଯାଇଥିବା ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଚୀନର ଦକ୍ଷିଣ ତିବ୍ଦତ ଭାବେ ଦାବି କରାଯାଇଛି । ଏହାସହିତ ତାଇୱାନର ଏକ ଦ୍ବୀପ ଓ ଦକ୍ଷିଣ ଚୀନ ସାଗରର ଏକ ବଡ଼ ଅଂଶକୁ ମାନଚିତ୍ରରେ ସାମିଲ କରିଛି । ଏହାପୂର୍ବରୁ ଡ୍ରାଗନ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାମକରଣ କରିଥିଲା ।

ଏହମଧ୍ୟ ପଢନ୍ତୁ: ବ୍ରିକ୍ସରେ ମୋଦି-ଜିନପିଙ୍ଗ କଥାବାର୍ତ୍ତା, ସୀମାରେ ଉତ୍ତେଜନା ହ୍ରାସ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ବହୁ ପୁରୁଣା । ଚୀନ ସୀମା ସହିତ ଭାରତର ଲଦ୍ଦାଖ ଓ ଅରୁଣାଚଳ ପ୍ରଦେଶର ସୀମା ଲାଗି ରହିଛି । ଯେଉଁଠି ଅନେକ ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥାଆନ୍ତି । ଚୀନ୍‌ ଭାରତର ଭୂଖଣ୍ଡ ଉପରେ ନିଜର ଦାବି ଜାହିର କରି ନୂଆ ମାନଚିତ୍ର ଜାରି କରିଥାଏ । ହେଲେ ଭାରତ ବାରମ୍ବାର ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସବୁବେଳେ ରହିବ ବୋଲି ଚୀନକୁ ଚେତାଇ ଆସୁଛି ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ସହ ଫୋନରେ କଥାହେଲେ ପୁଟିନ: ଜି-20 ପାଇଁ ନିଜେ ଆସିବେନି, ପଠାଇବେ ପ୍ରତିନିଧି

ଆସନ୍ତା ମାସରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ମଧ୍ୟ ସାମିଲ ହେବେ । ଏହାପୂର୍ବରୁ ବ୍ରିକ୍ସ ସମ୍ମିଳନୀରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ଏବଂ ସୀମା ବିବାଦ ଉପରେ ଆଲୋଚନା କରାଯାଇଥିଲା । ଏହାସତ୍ତ୍ବେ ଚୀନ ନୂଆ ମାନଚିତ୍ର ଜାରି କରି ନିଜ ବଦମାଶୀ ଦେଖାଇଛି ।

ABOUT THE AUTHOR

...view details