ନୂଆଦିଲ୍ଲୀ: 9 ମାସର ଲମ୍ବା ବ୍ୟବଧାନ ପରେ ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ପଛକୁ ହଟୁଛନ୍ତି । ଏହି ପ୍ରକ୍ରିୟା ମଧ୍ୟରେ ମିଆଁମାରରେ ଚୀନର ବର୍ଦ୍ଧିତ ପ୍ରଭାବ ଭାରତକୁ ଚିନ୍ତିତ କରିପାରେ । ଭାରତ ନିଜର ଗୁରୁତ୍ବପୂର୍ଣ୍ଣ ଆକ୍ଟ ଇଷ୍ଟ ପଲିସି (AEP) ଅନ୍ତର୍ଗତ ମିଆଁମାରେ ବିପୁଳ ଆର୍ଥିକ ନିବେଶ କରିଛି । ଯାହା ମିଆଁମାର ଦକ୍ଷିଣ ପୂର୍ବ ଏସିଆ ଏବଂ ପୂର୍ବ ଏସିଆର ଦେଶଗୁଡ଼ିକରେ ସଂସ୍କାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ମିଆଁମାରରେ ସାମରିକ ବିଦ୍ରୋହ ଜାରି, ଚୀନରୁ ଉଡୁଛି ସିକ୍ରେଟ୍ ନାଇଟ୍ ଫ୍ଲାଇଟ - ଭାରତ ଚୀନ ସମ୍ପର୍କ
ଚୀନର କୁନମିଙ୍ଗ ଏବଂ ୟାଙ୍ଗୋନ ମଧ୍ୟରେ ଏକ ଗୁପ୍ତ ରାତ୍ରୀକାଳୀନ ବିମାନ ଉଡ଼ାଣ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ବେଜିଂକୁ କ୍ରୋଧିତ କରିଛି । ଯାହା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ବରିଷ୍ଠ ସମ୍ବାଦଦାତା ସଞ୍ଜୀବ କୁମାର ବାରୁହାଙ୍କ ରିପୋର୍ଟ ...

ତେବେ ଅଷ୍ଟ୍ରୋଲିଆ ଏବଂ ଆମେରିକା ପ୍ରତିରକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଭାରତର ଚିନ୍ତାକୁ ଦୁଇଗୁଣିତ କରିଛି । ଫେବୃଆରୀ ପହିଲାରୁ ଦକ୍ଷିଣ ଚୀନର କୁନମିଙ୍ଗ ଏବଂ ମିଆଁମାର ୟାଙ୍ଗୋନ୍ ମଧ୍ୟରେ ଗୁପ୍ତ ରାତ୍ରୀକାଳୀନ ବିମାନ ଉଡ଼ାଣ ଭରୁଛି । ଯାହା ନିଶ୍ଚିତ ଭାବେ ଭାରତ ପାଇଁ ଚିନ୍ତାର ବିଷୟ । କାରଣ ମିଆଁମାରେ ସାମରିକ ବିଦ୍ରୋହ ଜାରି ମଧ୍ୟରେ ଚୀନର ହସ୍ତକ୍ଷେପ ଭାରତ ପାଇଁ ସାମରିକ ଏବଂ ରଣନୈତିକ ଦୃଷ୍ଟିରେ ବିପଦ ସାବ୍ୟସ୍ତ ହୋଇପାରେ ।
ମିଆଁମାରରେ ରାଷ୍ଟ୍ରପତି ଶାସନ ଜାରି ମଧ୍ୟରେ ସାମରିକ ଅଧିକାରୀ, ଟାଟମାଡୱର ଗୁପ୍ତ ରୂପରେ ଚୀନକୁ ସମର୍ଥନ କରୁଥିବା କିଛି ଅନ୍ତର୍ଜାତୀୟ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଦେଶରେ ସାମରିକ ବିଦ୍ରୋହ ପରେ ଅଚାନକ ଟାଟମାଡୱ (ଦେଶର ସଶସ୍ତ୍ରବାହିନୀ) ରାଷ୍ଟ୍ରପତି ଶାସନ ଜାରି କରିଛି ।