ଇଟାନଗର: ଦୁଇଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶାହ ଅଂଶଗ୍ରହଣ କରିଛନ୍ତି । ଶାହଙ୍କ ଗସ୍ତ ନେଇ ଚୀନ ଆପତ୍ତି ଦର୍ଶାଇଛି । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସୀମାରେ ସ୍ଥିତି ଠିକ ନାହିଁ । ଏହି ସମୟରେ ଗୃହମନ୍ତ୍ରୀଙ୍କ ଗସ୍ତ ଚୀନର ଆଞ୍ଚଳିକ ସାର୍ବଭୌମତ୍ବକୁ ଉଲଂଘନ କରିଛି । ଗତ ସପ୍ତାହରେ ଚୀନ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରି ନୂଆ ନାମକରଣ କରିଛି । ଯାହା ଚୀନର ଅଂଶ ବାଲି ଦାବି କରି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏପରି କହିଛନ୍ତି ।
ଦୁଇଦିନିଆ ଅରୁଣାଚଳ ଗସ୍ତରେ ଅମିତ ଶାହ, ଆପତ୍ତି କଲା ଚୀନ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିମାଚଳ ପ୍ରଦେଶ ଗସ୍ତ ନେଇ ଆପତ୍ତି ଦର୍ଶାଇଲା ଚୀନ । ଜାଙ୍ଗନାନ ଚୀନର ଅଞ୍ଚଳ ବୋଲି ଦାବି କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର । ଅଧିକ ପଢ଼ନ୍ତୁ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶ ଗସ୍ତ ସମୟରେ ଭାରତ-ଚୀନ ସୀମା ନିକଟରେ ଥିବା କିବିଥୁ ଗ୍ରାମରେ 'ଜୀବନ୍ତ ଗ୍ରାମୀଣ କାର୍ଯ୍ୟକ୍ରମ'ର ଶୁଭାରମ୍ଭ କରିବେ । ଚଳିତ ବଜେଟରେ କେନ୍ଦ୍ର ସରକାର 'ଜୀବନ୍ତ ଗ୍ରାମୀଣ କାର୍ଯ୍ୟକ୍ରମ'ର ଘୋଷଣା କରିଥିଲେ । କିବିଥୁ ଗ୍ରାମଠାରୁ ମାତ୍ର ୧ କିଲୋମିଟର ଦୂରରେ ଚୀନ ସୀମା ଅବସ୍ଥିତ । ଗୃହମନ୍ତ୍ରୀ ଅମିତ ଶାହ ଅଞ୍ଜା ଜିଲ୍ଲା କିବିଥୁରେ ଆଇଟିବିପି ଯବାନଙ୍କ ସହ ଆଲୋଚନା କରିବେ । ତେବେ ଅମିତ ଶାହ ହିମାଚଳପ୍ରଦେଶ ଗସ୍ତକୁ ନେଇ ପ୍ରଶ୍ନର ଉତ୍ତରରେ ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି, "ଜାଙ୍ଗନାନ ଚୀନର ଅଞ୍ଚଳ । ଏହି ଅଞ୍ଚଳକୁ ଭାରତୀୟ ପ୍ରତିନିଧିଙ୍କ ଗସ୍ତ ଚୀନର ଆଞ୍ଚଳିକ ସାର୍ବଭୌମତ୍ବକୁ ଉଲଂଘନ କରୁଛି । ଯାହା ଫଳରେ ସୀମାରେ ଶାନ୍ତି ଓ ସ୍ଥିରତା ଭଙ୍ଗ ଆଶଙ୍କା ରହିଛି ।"
ପ୍ରକାଶ ଥାଉକି, ଗତ ସପ୍ତାହରେ ଭାରତ ସୀମାରେ ଚୀନର ମନମାନୀ ନେଇ ବୈଦେଶିକ ମୁଖପାତ୍ର ଅରବିନ୍ଦ ବାଗଚୀ କହିଥିଲେ, "ଚୀନ ପ୍ରଥମ ଥର ପାଇଁ ଏପରି କରୁନାହିଁ । ପୂର୍ବପରି ଚୀନର ଏହି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ । ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାରତର ସବୁବେଳେ ରହିବ । ନାମ ବଦଳାଇ ଦେଲେ ସତ୍ୟ କେବେ ବଦଳିବ ନାହିଁ ।" ପୂର୍ବରୁ 2 ଥର ଭାରତର କିଛି ଅଂଶକୁ ନିଜର ଦର୍ଶାଇବାକୁ ଚେଷ୍ଟା କରିଥିଲା । ଅରୁଣାଚଳ ପ୍ରଦେଶର 2017ରେ 6ଟି ଓ 2021ରେ 15ଟି ସ୍ଥାନକୁ ନିଜର କହି ଜୋର ଜବରଦସ୍ତ ନାଁ ବଦଳାଇଥିଲା ଯାହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେବଳ ନାମକରଣକୁ କରିଦେଲେ ସ୍ଥିତି ବଦଳିବ ନାହିଁ ବୋଲି ଭାରତ ସରକାର କଡା ଜବାବ ଦେଇଛନ୍ତି ।