ବେଜିଂ: ଚୀନର ଚନ୍ଦ୍ର ଅନୁସନ୍ଧାନ କାର୍ଯ୍ୟକ୍ରମର ରୋବୋଟିକ୍ ମହାକାଶଯାନ ଚାଙ୍ଗ'ଇ-4 ଚନ୍ଦ୍ରର 652.62 ମିଟର ଦୂରତା ଯାତ୍ରା କରିଛି । ଗତ 27 ଦିନ ଲୁନାର ଡେ'ରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ଲୁନାର ରାତିରେ ଏହା ସାମାନ୍ୟ ନିଷ୍କ୍ରିୟ ହୋଇଥିବା ଚୀନର ଜାତୀୟ ମହାକାଶ ପ୍ରଶାସନର ଚନ୍ଦ୍ର ଅନୁସନ୍ଧାନ ଏବଂ ମହାକାଶ କାର୍ଯ୍ୟକ୍ରମ କେନ୍ଦ୍ର ସୂଚନା ଦେଇଛି ।
2008 ମସିହା ଡିସେମ୍ବର 8ତାରିଖରେ ଆରମ୍ଭ ହୋଇଥିବା ଚାଙ୍ଗ'ଇ-4 ମହାକାଶଯାନ 2019 ମସିହା ଜାନୁୟାରୀ 3 ତାରିଖରେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହି ରୋବିୋଟିକ୍ ମହାକାଶ ଯାନର ଲ୍ୟାଣ୍ଡର ଶୁକ୍ରବାର ଅପରାହ୍ନ ପ୍ରାୟ 1ଟା 30 ମିନିଟରେ ସାମାନ୍ୟ ନିଷ୍କ୍ରିୟ ହୋଇଯାଥିବା ବେଳେ ରୋଭର ୟୁତୁ-2 ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ 1ଟା 48 ମିନିଟରେ ନିଷ୍କ୍ରିୟ ହୋଇଥିବା କେନ୍ଦ୍ର ସୂଚନା ଦେଇଛି ।