ନୂଆଦିଲ୍ଲୀ:ଗତ 2 ଦିନ ଧରି ପୂର୍ବ ଲଦାଖରେ ପୁଣି ଥରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଖବରକୁ ଖଣ୍ଡନ କରିଛି ସେନା । ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ହେଉଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ । ସେଭଳି କୌଣସି ଘଟଣା ଘଟିନାହିଁ ।
ଗତ 2 ଦିନ ଧରି କିଛି ଗଣମାଧ୍ୟମରେ ଖବର ଆସିଥିଲା କି ପୂର୍ବ ଲଦାଖରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଭାରତ-ଚୀନ ସେନା । ସେନା ଏହି ଖବରକୁ ଖଣ୍ଡନ କରିବା ସହ କୌଣସି ସତ୍ୟାସତ୍ୟ ନଥିବା କହିଛି । ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ ଗତ ଫେବୃଆରୀରେ ଶେଷ ଥର ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯିବ । ଫେବୃଆରୀ ପରଠାରୁ କେହି କାହାର ସୀମାକୁ ପ୍ରବେଶ କରିନାହାଁନ୍ତି ।