ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସେବା(IFS) ଅଧିକାରୀ ପ୍ରଦୀପ କୁମାର ରାୱତଙ୍କୁ ବେଜିଂରେ ଭାରତର ନୂତନ ଦୂତ ଭାବେ ଦାୟିତ୍ବ ଦିଆଯିବା ନେଇ ଆଶା କରାଯାଉଛି । ସେ ଚୀନ ବିଶେଷଜ୍ଞ ତଥା ପୂର୍ବ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ଏସିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ରାୱତ ୧୯୯୦ ବ୍ୟାଚର IFS ଅଫିସର ।
ବର୍ତ୍ତମାନର ବେଜିଂର ଭାରତର ବେଜିଂ ଦୂତ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ସରିବା ପରେ ନୂଆଦିଲ୍ଲୀ ଫେରିଛନ୍ତି । ଏହାପରେ ବେଜିଂରେ ଭାରତର ନୂତନ ଦୂତ ଭାବରେ ରାୱତଙ୍କୁ ଦାୟିତ୍ବ ଦିଆଯିବ ବୋଲି ଆଶା କରାଯାଉଛି । ତେବେ ଜାନୁଆରୀ 2021ରୁ ରାୱତ ନେଦରଲ୍ୟାଣ୍ଡର ଦୂତ ଭାବେ କାର୍ଯ୍ୟ କରୁଛନ୍ତି । ରାୱତ୍ ଚାଇନିଜ୍ ଭାଷାରେ ପାରଙ୍ଗମ । ତାଙ୍କର କୂଟନୈତିକ କ୍ୟାରିୟରରେ ଅଧିକାଂଶ ସମୟ ଚାଇନାରେ କିମ୍ବା ବେଜିଂକୁ ଦିଲ୍ଲୀରୁ ପରିଚାଳନା କରିଛନ୍ତି ଏବଂ 2014 ରୁ 2017 ପୂର୍ବ ଏସିଆର ପର୍ଯ୍ୟନ୍ତ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ 2017 ରୁ 2020 ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି କରାଯାଇଥିଲା ।