ଇସଲାମାବାଦ: ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର କୌଣସି ପ୍ରକଳ୍ପର ଭିତ୍ତିଭୁମି ନିର୍ମାଣ ପାଇଁ ଚୀନ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିନାହିଁ । ପ୍ରକଳ୍ପ ପାଇଁ ପାକ ସରକାରଙ୍କ ଦ୍ବାରା ଗଠିତ ସିନେଟ ସ୍ବତନ୍ତ୍ର କମିଟି ଏହି ସୂଚନା ଦେଇଥିବା ଜଣାପଡିଛି ।
ଗଣମାଧ୍ୟମ ସଂସ୍ଥା ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଯୋଜନା ମନ୍ତ୍ରଣାଳୟର ପରିବହନ ଯୋଜନା ମୁଖ୍ୟ ସିନେଟର ସିକନ୍ଦର ମାଣ୍ଡ୍ରୋ ଏହି ସୂଚନା ଦେଇଥିବା ଜଣାପଡିଛି । ସିକନ୍ଦର ମାଣ୍ଡ୍ରୋ କହିଛନ୍ତି କହିଛନ୍ତି ଯେ ସିପିଇସି ଆର୍ଥିକ ଅନୁଦାନ ନ ଥିବାରୁ ଖୁଜଦାର-ବାସିମା ପ୍ରକଳ୍ପ ସମେତ କିଛି ପ୍ରକଳ୍ପ ଫେଡେରାଲ୍ ବିକାଶ ପାଣ୍ଠିରୁ ଚାଲିଛି ।ଏହି କମିଟିର ଅନ୍ୟ ଜଣେ ସଦସ୍ୟ ସିନେଟର କବୀର ଅହମ୍ମଦ ଶାହି ସୂଚନା ଦେଇଛନ୍ତି ଯେ କେବଳ ସିପିଇସିରେ କାଗଜପତ୍ର ଚାଲିଛି। ଦୁଇ ଦେଶ ମଧ୍ୟରେ କୌଣସି ଆର୍ଥିକ ଅନୁଦାନର ସବଭାଗିତା ନଥିବା ସେ କହିଛନ୍ତି ।