ଓଡିଶା

odisha

Childrens day 2022: ଆଜି ଶିଶୁ ଦିବସ, ଶିଶୁ ହସିଲେ ହସିବ ଦେଶ

By

Published : Nov 14, 2022, 8:34 AM IST

Updated : Nov 14, 2022, 9:18 AM IST

ମହାନ ସ୍ବାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ(Childrens Day) ଭାବେ ପାଳନ କରାଯାଏ । ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ନେହେରୁଙ୍କ ଭୂମିକା ଅବିସ୍ମରଣୀୟ । ଅଧିକ ପଢନ୍ତୁ

CHILDRENS DAY BIRTH ANNIVERSARY OF FIRST PRIME MINISTER JAWAHARLAL NEHRU
ଆଜି ଶିଶୁ ଦିବସ, ଶୁଶୁ ହସିଲେ ହସିବ ଦେଶ

ହାଇଦ୍ରାବାଦ:ଆଜି ନଭେମ୍ବର ୧୪ ତାରିଖ ଶିଶୁ ଦିବସ(Children's Day) । ମହାନ ସ୍ବାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ପଣ୍ଡିତ ନେହେରୁଙ୍କ ଭୂମିକା ଅବିସ୍ମରଣୀୟ । ନେହେରୁ ପିଲାମାନଙ୍କୁ ଅତି ସ୍ନେହ କରୁଥିଲେ । ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ ।

ପିଲାମାନେ ହିଁ କୌଣସି ଦେଶର ଭିତ୍ତିଭୂମି ଏବଂ ସେମାନେ ହିଁ ଆଗାମୀ ଦେଶର ଭବିଷ୍ୟତ ବୋଲି ସେ ସର୍ବଦା କହୁଥିଲେ । ତାଙ୍କ ମତରେ ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ । ସେହି ମହାନ ରାଷ୍ଟ୍ରନେତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ପଲ୍ଲୀରୁ ଦିଲ୍ଲୀ ସବୁ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇଥାଏ । ଶିଶୁଙ୍କ ଅଧିକାର, ଦାୟିତ୍ବ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ପାଳିତ ହୋଇଥାଏ ଏହି ଦିବସ ।

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ବିଷୟରେ

୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଆହ୍ଲାବାଦର ଏକ କାଶ୍ମୀର ପଣ୍ଡିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସେ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ପଣ୍ଡିତ କୁହାଯାଏ । ପ୍ରାଥମିକ ଶିକ୍ଷା ସରିବା ପରେ ସେ ୧୫ ବର୍ଷ ବୟସରେ ଇଂଲଣ୍ଡ ଚାଲିଯାଇଥିଲେ । କ୍ୟାମ୍ବ୍ରିଜ ଅନ୍ତର୍ଗତ ଟ୍ରିନିଟି କଲେଜରେ ସ୍ନାତକ ସାରିବା ପରେ ଲଣ୍ଡନରେ ଆଇନ ଶିକ୍ଷା ସାରିଥିଲେ । ୧୯୧୨ରେ ଭାରତ ଫେରି କିଛି ବର୍ଷ ଓକିଲାତି କରିଥିଲେ । ଏହାପରେ ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ପ୍ରଭାବିତ ହୋଇ ଅନେକ ଥର କାରାବରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Padmapur BY Poll: ୧୭ରେ ନାମାଙ୍କନ ଭରିବ କଂଗ୍ରେସ, ସୂଚନା ଦେଲେ ବିଧାୟକ ସୁର

୧୯୪୭ ମସିହାରେ ସେ ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ । ଗଣତନ୍ତ୍ର, ଏକତା ତାଙ୍କର ପ୍ରମୁଖ ସ୍ତମ୍ଭ ରହିଥିବାବେଳେ ସେ ଭାରତରେ ମୁକ୍ତ, ଗଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ରାଜନୀତି ବ୍ୟବସ୍ଥାର ପ୍ରତିଷ୍ଠାକରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ । ୧୯୬୪ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁମାନଙ୍କୁ ସମର୍ପଣ କରାଯିବାକୁ ନିଷ୍ପତ୍ତି ନିଆଗଲା । ପ୍ରଥମଥର ଲାଗି ୧୯୬୫ ମସିହାରେ ଶିଶୁ ଦିବସ ପାଳନ କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟକ ବର୍ଷ ଆଜିର ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥିଲା ।

ତେବେ ଚାଚା ନେହେରୁ ମଧ୍ୟ ବହୁ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି । ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି 'ଦି ଡିସକଭରୀ ଅଫ୍ ଇଣ୍ଡିଆ', 'ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରୀ', 'ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର' ଏବଂ ତାଙ୍କ ଆତ୍ମଜୀବନୀ 'ଟୁୱାର୍ଡସ ଫ୍ରୀଡମ୍' ଇତ୍ୟାଦି । ୨୭ ମେ' ୧୯୬୪ରେ ପଣ୍ଡିତ ନେହେରୁଙ୍କର ହୃଦଘାତରେ ଦେହାନ୍ତ ଘଟିଥିଲା ।

Last Updated : Nov 14, 2022, 9:18 AM IST

ABOUT THE AUTHOR

...view details