ମୁମ୍ବାଇ: ନାଗପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ୪ ଜଣ ଥାଲାସେମିଆ ଶିଶୁ ରୋଗୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନାଗପୁରର ଜରିପଟକା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
୪ ଜଣ ଥାଲାସେମିଆ ରୋଗୀ ଏକ ଘରୋଇ ହସ୍ପିଟାଲେ ଚିକିତ୍ସିତ ହେଉଥିଲେ । ସେଠାକାର ବ୍ଲଡ ବ୍ୟାଙ୍କରୁ ୪ ଜଣ ଶିଶୁଙ୍କୁ ରକ୍ତଦାନ କରାଯାଉଥିଲା । ତେବେ ବ୍ଲଡ ବ୍ୟାଙ୍କ୍ରେ କିଭଳି HIV ପଜିଟିଭ ରକ୍ତ ଆସିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଖୋଦ ଏହି ମାମଲର ସମୀକ୍ଷା କରୁଛନ୍ତି । ଘରୋଇ ହସ୍ପିଟାଲରୁ ଶିଶୁଙ୍କୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଇଥିଲା । ତେବେ ରକ୍ତ ଦେବାପୂର୍ବରୁ ଏହାର ଯାଞ୍ଚ କରାଯାଇନଥିଲା ।