ଓଡିଶା

odisha

ETV Bharat / bharat

ପିତୃ ଦିବସ: ବାପାଙ୍କ ସ୍ମୃତିରେ ମନ୍ଦିର ତିଆରି କଲେ ସନ୍ତାନ - ବାପାଙ୍କ ସ୍ମୃତିରେ ମନ୍ଦିର

ସମ୍ପ୍ରତି ବଞ୍ଚିଥିବା ସମୟରେ ଅଲୋଡା ହୋଇଯାଉଛନ୍ତି ପିତାମାତା । କିନ୍ତୁ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ମନେପକାଇବା ଆଜିର ଯୁଗରେ ବିରଳ । କର୍ଣ୍ଣାଟକରେ ମୃତ ପିତାଙ୍କ ସ୍ମୃତିରେ 3 ଭାଇ ଏକ ମନ୍ଦିର ପ୍ରତିଷ୍ଠା କରି ପିତାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପିତୃ ଦିବସ: ବାପାଙ୍କ ସ୍ମୃତିରେ ମନ୍ଦିର ତିଆରି କଲେ ସନ୍ତାନ
ପିତୃ ଦିବସ: ବାପାଙ୍କ ସ୍ମୃତିରେ ମନ୍ଦିର ତିଆରି କଲେ ସନ୍ତାନ

By

Published : Jun 20, 2021, 9:39 PM IST

ବେଙ୍ଗାଲୁରୁ:ଆଜିର ଯୁଗରେ ବାପା ବୃଦ୍ଧ ଅବସ୍ଥାକୁ ଆସିଲା ମାତ୍ରେ ସନ୍ତାନଙ୍କ ପାଇଁ ହୋଇଯାଉଛି ଅଲୋଡା । କେହି କେହି ବାପାଙ୍କୁ ନିଜ ଘରୁ କାଢି ରାସ୍ତାକଡରେ ଫିଙ୍ଗି ଦେଉଥିବା ଖବର ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ କର୍ଣ୍ଣାଟକ ହନାଗଲ ତହସିଲ ଅଞ୍ଚଳର ତିଲାଭଲ୍ଲି ଗ୍ରାମରେ ବାପା-ସନ୍ତାନଙ୍କ ପ୍ରକୃତ ସମ୍ପର୍କକୁ ବୁଝିଛନ୍ତି କିଛି ସନ୍ତାନ । ପିତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ 3 ଜଣ ସନ୍ତାନ ଏକ ମନ୍ଦିର ତିଆରି କରିଛନ୍ତି । ଯେଉଁଥିରେ ରହିଛି ତାଙ୍କ ପିତାଙ୍କ ମୂର୍ତ୍ତି ରହିଛି ।

ପିତୃ ଦିବସ: ବାପାଙ୍କ ସ୍ମୃତିରେ ମନ୍ଦିର ତିଆରି କଲେ ସନ୍ତାନ

ମୃତ ପିତା ବିଷ୍ଣପ୍ପା ରାୟକରାଙ୍କର 3ଟି ସନ୍ତାନ । ବିଷ୍ଣପାଙ୍କର ଏକ ସୁନା ଦୋକାନ ଥିବାବେଳେ ସେ ନିଜ 3ଟି ସନ୍ତାନଙ୍କୁ ପାଠପଢାଇଛନ୍ତି । ବଡ ପୁଅ ସଞ୍ଜୀଭା MBA କରିବା ପରେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ଦ୍ବିତୀୟ ସନ୍ତାନ ରାଜୀବ ସୁନା ଦୋକାନ କରିଥିବା ବେଳେ ସାନ ପୁଅ ରାଘବେନ୍ଦ୍ର ଜଣେ ଡାକ୍ତର । ଦାରିଦ୍ର୍ୟତା ମଧ୍ୟରେ 3 ପୁଅଙ୍କୁ ପାଠ ପଢାଇ ବିଷ୍ଣପା ଉଚ୍ଚ ଶିକ୍ଷିତ କରିଥିଲେ। ଗତ କିଛି ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିଲା ।

ପିତାଙ୍କ ବଳିଦାନ କେବେ ପୂରଣ କରିପାରିବେ ନାହିଁ ବୋଲି 3 ସନ୍ତାନ କହିବା ସହିତ ତାଙ୍କ ସ୍ମୃତିରେ ଏକ ମନ୍ଦିର ତିଆରି କରିଛନ୍ତି । ସେଥିରେ ସେ ନିଜ ପିତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ତେବେ ଏହି ପ୍ରତିମୂର୍ତ୍ତିର ମୂଲ୍ୟ 40 ହଜାର ଟଙ୍କା ବୋଲି ଜଣାପଡିଛି । ବିଷ୍ଣପାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ 3 ସନ୍ତାନ ଏହି ମନ୍ଦିରକୁ ସ୍ଥାପନ କରିଛନ୍ତି । ପିତାଙ୍କୁ ସବୁଦିନ ମନେ ରଖିବା ଉଚିତ ଉଦ୍ଦେଶ୍ୟରେ ସେମାନେ ଏହି ମନ୍ଦିର ତିଆରି କରିଛନ୍ତି ।

ସେମାନେ ନିଜ ଘରର ବଗିଚାରେ ଏହି ମନ୍ଦିରକୁ ସ୍ଥାପନ କରିବା ସହିତ ପ୍ରତିଦିନ ସକାଳେ ଘରର ସମସ୍ତ ସଦସ୍ୟ ସେଠାକୁ ଆସି ବିଷ୍ଣପାଙ୍କ ପ୍ରତିମୂର୍ତ୍ତିକୁ ପୂଜା କରିଥାନ୍ତି । ପିଲାମାନେ ବଡ ହେଲେ ନିଜ ପିତମାତାଙ୍କୁ ଅଲୋଡା ଭାବିଥାନ୍ତି । ସେମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ । କିନ୍ତୁ ଏଠାରେ ରାୟକରା ଭାଇମାନେ ଏଭଳି ନିଆରା କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details