ଓଡିଶା

odisha

ETV Bharat / bharat

ମୃତ୍ୟୁକୁ ଚକ୍‌ମା ଦେଇ 3 ଦିନ ପରେ କୂଅରୁ ଜୀବିତ ଫେରିଲା ନିଖୋଜ ଶିଶୁ - ଆଶ୍ଚର୍ଯ୍ୟକର ଘଟଣା

ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ତିନିଦିନ ଧରି ନିଖୋଜ ଥିବା ଜଣେ ଶିଶୁ ନଖାଇ ନପିଇ ଏକ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

child safely rescued from well after three days of missing in firozabad uttar pradesh
ହାର ମାନିଲା ମୃତ୍ୟୁ, ତିନିଦିନ ପରେ କୂଅରୁ ଜୀବିତ ଉଦ୍ଧାର ହେଲା ନିଖୋଜ ଶିଶୁ

By

Published : Oct 26, 2022, 12:15 PM IST

Updated : Oct 26, 2022, 12:40 PM IST

ଲକ୍ଷ୍ନୌ: କଥାରେ ଅଛି ରଖେ ହରି ତ ମାରେ କିଏ ? ଉତ୍ତରପ୍ରଦେଶରେ ଘଟିଥିବା ଏକ ଘଟଣା ଏହି ଲୋକକଥାକୁ ସତରେ ପ୍ରମାଣିତ କରିଛି । ଜଣେ ତିନି ବର୍ଷର ଶିଶୁ ମୃତ୍ୟୁକୁ ପରାସ୍ତ କରି ଜୀବନ ଯୁଦ୍ଧରେ ବିଜୟ ଲାଭ କରିଛି । ତିନି ଦିନ ଧରି ନଖାଇ ନପିଇ ଏକ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦରେ । ଯେଉଁଠାରେ ତିନିଦିନ ପୂର୍ବେ ନିଖୋଜ ହୋଇଥିବା ଶିଶୁକୁ ଏକ କୂଅରୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନଗଳା ସିନ୍ଧି ଥାନା ଅଞ୍ଚଳର ଦିବେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ତିନି ବର୍ଷର ଝିଅ ଗତ 23 ତାରିଖ ସନ୍ଧ୍ୟା ସମୟରେ ହଠାତ୍‌ ନିଖୋଜ ହୋଇଯାଇଥିଲା । ଝିଅର ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରିବାରଲୋକେ ଏବଂ ପୋଲିସ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲେ । ଏଥିସହ ଗ୍ରାମର ନାଳ ଗୁଡ଼ିକରୁ ପମ୍ପ ସାହାଯ୍ୟରେ ସଫା କରାଗଲା । କିନ୍ତୁ ଶିଶୁର କୌଣସି ଖବର ମିଳିଲା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:ଦଳିତ ଦମ୍ପତି ଓ ପୁଅକୁ ଗୁଳି କରି ହତ୍ୟା, ୬ ଫେରାର

ନିଖୋଜ ହେବାର ତିନିଦିନ ପରେ ଗ୍ରାମରେ ଥିବା ଏକ ଶୁଖିଲା କୂଅରେ ଶିଶୁଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଏବଂ ପୋଲିସ ସହାୟତାରେ ତାକୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସବୁଠୁ ବଡକଥା ଯେ, 23 ତାରିଖରୁ 25 ଯାଏ ଶିଶୁଟି ନଖାଇ ନପିଇ କୂଅରେ ପଡ଼ିରହିଥିଲା । ତିନିଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଖୋଜ ସନ୍ତାନକୁ ପୁଣି ଫେରି ପାଇ ପିତାମାତା ଖୁସିର ଠିକଣା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2022, 12:40 PM IST

ABOUT THE AUTHOR

...view details