ଓଡିଶା

odisha

ETV Bharat / bharat

ମା’ କୋଳରେ ଛଟପଟ ହେଉଥିଲା ଶିଶୁ, ନୀତିଶଙ୍କ କନଭଏ ପାଇଁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ - ବିହାର କ୍ରାଇମ ଖବର

ନୀତିଶଙ୍କ ଗସ୍ତ ବେଳେ ପୋଲିସ କାର୍ମୀଙ୍କ ସମ୍ବେଦନହୀନ କାର୍ଯ୍ୟ । ଘଣ୍ଟାଏ ପର୍ଯ୍ୟନ୍ତ ଅଟକି ରହିଲା ଗୁରୁତର ଶିଶୁ ଥିବା ଆମ୍ବୁଲାନ୍ସ । ନାଳନ୍ଦାରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ମା‘ କୋଳରେ ଅସୁସ୍ଥ ଶିଶୁ, ନୀତିଶଙ୍କ କନଭଏ ପାଇଁ ଘଣ୍ଟାଏ ଫସି ରହିଲା ଆମ୍ବୁଲାନ୍ସ
ମା‘ କୋଳରେ ଅସୁସ୍ଥ ଶିଶୁ, ନୀତିଶଙ୍କ କନଭଏ ପାଇଁ ଘଣ୍ଟାଏ ଫସି ରହିଲା ଆମ୍ବୁଲାନ୍ସ

By ETV Bharat Odisha Team

Published : Sep 30, 2023, 5:57 PM IST

ପାଟନା: ମୃତ୍ୟୁ ସହ ସଂଘର୍ଷ କରୁଥିଲା ଗୁରୁତର ଶିଶୁ । ଆମ୍ବୁଲାନ୍ସରେ ଅସୁସ୍ଥ ଶିଶୁକୁ କୋଳରେ ଧରି ହସ୍ପିଟାଲ ନେବା ପାଇଁ ଅପେକ୍ଷା କରିଥିଲା ଜଣେ ମା’ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କନଭେୟ ଅତିକ୍ରମ କରିବା ପର୍ଯ୍ୟନ୍ତ ଅଟକି ରହିଲା ଆମ୍ବୁଲାନ୍ସ । 10 କି 15 ମିନିଟ ନୁହେଁ, ପ୍ରାୟ ଘଣ୍ଟାଏ କାଳ ଧରି ଟ୍ରାଫିକରେ ଅଟକି ରହିଲା ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ପୋଲିସ ଟ୍ରାଫିକ କ୍ଲିୟର କଲା, ମାତ୍ର ଗୁରୁତର ରୋଗୀ ଧରି ସାଇରନ ମାରୁଥିବା ଆମ୍ବୁଲାନ୍ସକୁ ଅଟକାଇ ରଖିଲା । ଏପରି ଏକ ଅଭାବନୀୟ ଘଟଣା ବିହାର ନାଳନ୍ଦାରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗସ୍ତ ପାଇଁ ଦାୟିତ୍ବରେ ଥିବା ପୋଲିସ ଓ ପ୍ରଶାସନର ଏପରି ଏକ ସମ୍ବେଦନହନ ଓ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନରେ ନାଳନ୍ଦାରେ ଇଥୋନାଲ କାରଖାନା ଉଦଘାଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ କାରକେଡ ଆସୁଥିବା ମାର୍ଗରେ ସମସ୍ତ ସାଧାରଣ ଗାଡିକୁ ବନ୍ଦ ରଖିଥିଲେ ଦାୟିତ୍ବରେ ଥିବା ପୋଲିସ ଓ ଟ୍ରାଫିକ କର୍ମୀ । ଶତାଧିକ ଗାଡି ଉକ୍ତ ସେହି ରୁଟରେ ଫସି ରହିଥିଲା । ଏହା ମଧ୍ୟରେ ଏକ ଆମ୍ବୁଲାନ୍ସ ମଧ୍ୟ ରହିଥିଲା । ଭିତରେ ଜଣେ ମହିଳା ନିଜ କୋଳରେ ଗୁରୁତର ଶିଶୁକୁ ଧରି ହସ୍ପିଟାଲ ନେବାକୁ ଅପେକ୍ଷା କରିଥିଲେ । ମାତ୍ର ନୀତିଶଙ୍କ କାରକେଡ ଅତିକ୍ରମ କରିବା ପର୍ଯ୍ୟନ୍ତ ପ୍ରାୟ ଘଣ୍ଟାଏ ଧରି ଏହି ଆମ୍ବୁଲାନ୍ସକୁ ଅଟକି ରହିବାକୁ ପଡିଥିଲା ।

ତେବେ ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି, ସେତେବେଳେ ସେମାନେ ଟ୍ରାଫିକ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କୁ ଆମ୍ବୁଲାନ୍ସରେ ଗୁରୁତର ଜଣେ ଶିଶୁ ଥିବା କହିବା ସହ ଆମ୍ବୁଲାନ୍ସକୁ ବାହାରକୁ ଯିବା ପାଇଁ ଅନୁମତି ଦେବାକୁ ମଧ୍ୟ ଅନୁରୋଧ କରିଥିଲେ । ମାତ୍ର ପୋଲିସ କର୍ମଚାରୀମାନେ ଅତି ଅସମ୍ବେଦନଶୀଳତା ଦେଖାଇ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅତିକ୍ରମ କରିବା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ । ସବୁକିଛି କ୍ଲିୟର ହେବା ପରେ ସେମାନେ ଆଗକୁ ବଢିଥିଲେ । ତେବେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ଏହା ମଧ୍ୟ ପଢନ୍ତୁ:- CBFC Corruption Row: ଆକ୍ସନ ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଉଥ୍‌ ଅଭିନେତା ବିଶାଲ

ତେବେ ନୀତିଶଙ୍କ କ୍ଷେତ୍ରରେ ଏପରି ପ୍ରଥମ ଘଟଣା ନୁହେଁ । କିଛି ମାସ ପୂର୍ବରୁ ନୀତିଶଙ୍କ କାରକେଡ ପାଇଁ ଟ୍ରେନକୁ ରୋକାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମୁଖ୍ଯମନ୍ତ୍ରୀ ନୀତିଶଙ୍କ କାଫିଲା ଏକ ଲେଭଲ କ୍ରସିଂ ଅତିକ୍ରମ କରିବାକୁ ଥିବା ବେଳେ ଦୁଇଟି ଟ୍ରେନ କିଛି ସମୟ ଅଟକି ରହିଥିବା ଅଭିଯୋଗ ହୋଇଥିଲା । ମାତ୍ର ଏହାକୁ ନିକଟସ୍ଥ ଷ୍ଟେସନ କର୍ତ୍ତୁପକ୍ଷ ଓ ନୀତିଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details