କାନବେରା: ଅନ୍ତର୍ଜାତୀୟ ଶିଶୁ ନିର୍ଯାତନା ଗ୍ୟାଙ୍ଗର ଯାଞ୍ଚ ପରେ ଶିଶୁ ନିର୍ଯାତନା ଅଭିଯୋଗରେ 14 ଜଣଙ୍କୁ ଗିରଫ କରିବା ସହ 42 ଶିଶୁଙ୍କୁ ଉଦ୍ଧାର କରିଛି ଅଷ୍ଟ୍ରେଲିଆ ପୋଲିସ ।
ଉଦ୍ଧାର ହୋଇଥିବା ଶିଶୁ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇଥିବା ଜଣାପଡିଛି । ସମସ୍ତଙ୍କ ବୟସ 16ରୁ 15ବର୍ଷ ବୋଲି କହିଛି ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସ (ଏଏଫପି) । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ନ୍ୟୁ ସାଉଥ ୱେଲ୍ସର ଏକ ଶିଶୁ କେୟାର କେନ୍ଦ୍ରରେ କାର୍ଯ୍ୟ କରୁଥିବାର ଜଣାପଡିଛି ।