ଓଡିଶା

odisha

ETV Bharat / bharat

Morbi bridge collapsed: ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ ଅଧିକାରୀ ନିଲମ୍ବିତ - ଝୁଲାପୋଲ ଦୁର୍ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ

ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ । ଅଧିକ ପଢନ୍ତୁ

Morbi bridge collapsed: ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ ନିଲମ୍ବିତ
Morbi bridge collapsed: ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ ନିଲମ୍ବିତ

By

Published : Nov 4, 2022, 11:38 AM IST

ଗାନ୍ଧୀନଗର: ମୋର୍ବି ଝୁଲାପୋଲ ଦୁର୍ଘଟଣା(Morbi bridge collapse) ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ ସନ୍ଦୀପସିଂହ ଜାଲା । ଝୁଲାପୋଲ ସର୍ବସାଧରଣଙ୍କ ପାଇଁ ଖୋଲିବା ପୂର୍ବରୁ ଏହାକୁ ମ୍ୟୁନିସିପାଲିଟି ପକ୍ଷରୁ ଫିଟନେସ ପ୍ରମାଣପତ୍ର ମିଳିନଥିବା ଜାଲା ପୂର୍ବରୁ ଜଣାଇଥିଲେ । ଆଜି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବିତ କରାଯାଇଛି ।

ଝୁଲାପୋଲ ଦୁର୍ଘଟଣା ମାମଲାର ତଦନ୍ତ ପାଇଁ ଗୁଜୁରାଟ ସରକାର SIT ଗଠନ କରିଛନ୍ତି । ବର୍ତ୍ତମାନ ସୁଦ୍ଧ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ପୋଲିସ ହେପାଜତକୁ ପଠାଇଥିବା ବେଳେ ୫ ଜଣ ବିଚାର ନ୍ୟାୟିକ ହେପାଜତରେ ଅଛନ୍ତି । ଗିରଫ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଝୁଲାପୋଲ ମରାମତି କରିଥିବା ଓରେଭା କମ୍ପାନୀ ମ୍ୟାନେଜର, ଟିକେଟ କଲେକ୍ଟର ସମେତ ୩ ଜଣ ସୁରକ୍ଷାକର୍ମୀ ରହିଛନ୍ତି ।

ପ୍ରକାଶଥାଉ କି, ଗତ ୩୦ ତାରିଖ ସନ୍ଧ୍ୟାରେ ଗୁଜୁରାଟ ମୋର୍ବି ସ୍ଥିତ ମାଛୁ ନଦୀ ଉପରେ ନିର୍ମିତ ଶତାଦ୍ଦୀ ପୁରୁଣା ଝୁଲାପୋଲ ଅଚାନକ ଛିଣ୍ଡି ଯାଇଥିଲା । ଝୁଲାପୋଲରେ ଏକାସାଙ୍ଗରେ ପ୍ରାୟ ୫୦୦ ଲୋକ ଚଢି ଯାଇଥିଲେ । ମାତ୍ରାଧିକ ଭିଡ ଯୋଗୁଁ ପୋଲଟି ଭୁଶୁଡି ପଡିବା କାରଣରୁ ଶତାଧିକ ଲୋକେ ନଦୀଗର୍ଭକୁ ଖସି ପଡିଥିଲେ । ଏହି ଘଟଣାରେ ୧୩୫ ଜଣଙ୍କ ଜୀବନ ଯାଇଛି ।

ଏହାମଧ୍ୟ ପଢନ୍ତୁ: Morbi bridge collapse: ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ବର୍ତ୍ତି ଯାଇଥିବା ଆହତ

ଦୀର୍ଘ ଦିନ ଧରି ଲୋକଙ୍କ ଯାତାୟତ ପାଇଁ ମୋର୍ବିର ଉକ୍ତ ଝୁଲାପୋଲ ବନ୍ଦ ରହିଥିଲା । ୭ ମାସ ତଳେ ଓରେଭା ନାମକ ଘରୋଇ କମ୍ପାନୀକୁ ପୋଲର ନବୀକରଣ ଓ ମରାମତି ଦାୟିତ୍ବ ଦିଆଯାଇଥିଲା । ଏହାପରେ ଅକ୍ଟୋବର ୨୬ ତାରିଖ ଦିନ ଉକ୍ତ ପୋଲକୁ ସର୍ବସାଧରଣଙ୍କ ପାଇଁ ଖୋଲା ଯଆଇଥିଲା । ତେବେ ପୋଲର ମରାମତି ପରେ ମ୍ୟୁନିସିପାଲିଟି ପକ୍ଷରୁ ଏହାକୁ ଫିଟନେସ ବା ଯାତାୟତ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇନଥିବା ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ ଅଧିକାରୀ ଜାଲା ଅଭିଯୋଗ କରିଥିଲେ ।

ABOUT THE AUTHOR

...view details