ଓଡିଶା

odisha

ETV Bharat / bharat

3 ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ କରମବୀର ସିଂ

3 ଦିନିଆ ଓମାନ ଗସ୍ତରେ ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ। ଦୁଇ ଦେଶର ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

By

Published : Sep 26, 2021, 6:48 PM IST

3 ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ
3 ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ

ନୂଆଦିଲ୍ଲୀ: 3 ଦିନିଆ ଓମାନ ଗସ୍ତରେ ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ ଆଜି ଓମାନରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶର ନୌସେନା ମଧ୍ୟରେ ସମ୍ମନ୍ବୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ଆଲୋଚନା ହେବ। ଓମାନ ନୌସେନା ମୁଖ୍ୟ ଆଡମିରାଲ ସଫବିନ ନାସିର ବିନ ମୋହସେନ ଅଲ-ରହବିଙ୍କ ସହ ଆଲୋଚନା କରିବେ ଆଡମିରାଲ କରମବୀର ସିଂ। 27ରୁ 29 ସେପ୍ଟେମ୍ବର ପର୍ଯ୍ୟନ୍ତ 3ଦିନିଆ ଗସ୍ତ କରି ଓମାନରେ ପହଞ୍ଚିଛନ୍ତି ଆଡମିରାଲ ସିଂ।

ଏହି ଗସ୍ତ ସମୟରେ ଆଡମିରାଲ ସିଂ ଓମାନର ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉପ-ଆଡମିରାଲ ତଥା ଓମାନ ସୁଲତାନ ସଶସ୍ତ୍ର ସେନାର ମୁଖ୍ୟ ଅବଦୁଲ୍ଲା କାମିସ ଅବଦୁଲ୍ଲା ଅଲ ରାଇସି ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମାତର ବିନ୍ ସଲିମ ବିନ୍ ରସିଦ ଅଲ ବାଲୁଶି, ଓମାନ ରୟାଲ୍ ଏୟାର ଫୋର୍ସର କମାଣ୍ଡର ମାର୍ଶଲ କାମିସ୍ ବିନ୍ ହାମଦ୍ ବିନ୍ ସୁଲତାନ୍ ଅଲ୍ ଗାଫ୍ରିଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଓମାନ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଡ ମହମ୍ମଦ ବିନ୍ ନାସିର୍ ବିନ୍ ଅଲିଅଲ ଜାବିଙ୍କ ସହ ମଧ୍ୟ କାଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଏହି ଉଚ୍ଚସ୍ତରୀୟ ନୌସାମରିକ ଆଲୋଚନା ପରେ ଆଡମିରାଲ ସିଂ ଓମାନର ବିଭିନ୍ନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର (MSC), ସଇଦ ବିନ ସୁଲତାନ ନାଭାଲ ବେସ, ଅଲ ମୁସାନା ଏୟାର ବେସ ଏବଂ ନ୍ୟାସନାଲ ଡିଫେନ୍ସ କଲେଜ ଭଳି ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଗସ୍ତ ନେଇ ସରକାରୀ ଭାବେ ଜାରି ହୋଇଥିବା ପ୍ରେସ ରିଲିଜରେ ଭାରତୀୟ ନୌସେନା ଓମାନର ରୟାଲ ନୌସେନା ସହିତ ଅନେକ କ୍ଷେତ୍ରରେ ସହଯୋଗ, ତାଲିମ ଏବଂ ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ଆଦାନପ୍ରଦାନ ନେଇ କଥାବାର୍ତ୍ତା ହେବା ନେଇ ସୂଚନା ଦିଆଯାଇଛି । 1993 ମସିହାରୁ ଉଭୟ ଦେଶର ନୌସେନା ଦୁଇ ବର୍ଷୀୟ ସାମୁଦ୍ରିକ ଅଭ୍ୟାସରେ ଅଂଶ ଗ୍ରହଣ ମଧ୍ୟ କରିଆସୁଛନ୍ତି। ଏହି ନିୟମିତ ଅଭ୍ୟାସ ଶୃଙ୍ଖଳାର ଗତ ସଂସ୍କରଣ 2020 ରେ ଆୟୋଜିତ ହୋଇଥିବାବେଳେ ଆସନ୍ତା ସଂସ୍କରଣ 2022 ରେ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details