ନୂଆଦିଲ୍ଲୀ:ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଆସନ୍ତାକାଲି (ସୋମବାର) ଠାରୁ ତିନି ଦିନିଆ( ଏପ୍ରିଲ ୪ରୁ ଏପ୍ରିଲ ୬) ଗସ୍ତରେ ଯିବେ ଆର୍ମି ଚିଫ୍ ନରୱାଣେ । ତେବେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ସେ ଏହି ଗସ୍ତରେ ଯାଉଛନ୍ତି ।
ସେହିପରି ତାଙ୍କର ଏହି ଗସ୍ତ ସମୟରେ ଆର୍ମି ଚିଫ୍ ସିଙ୍ଗାପୁରର ବରିଷ୍ଠ ସେନା ଅଧିକାରୀ ଓ ନାଗରିକ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏଥିସହ ଆସନ୍ତାକାଲି( ଏପ୍ରିଲ୍ ୪ ତାରିଖ) ସେ ସିଙ୍ଗାପୁର ସ୍ଥିତି କ୍ରାଞ୍ଜି ୱାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହା ସହିତ ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ, ସିଙ୍ଗାପୁର ସେନାର ମୁଖ୍ୟ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସେନା ମୁଖ୍ୟ ନରୱାଣେ ଭାରତ ଓ ସିଙ୍ଗାପୁର ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବେ ।