ଓଡିଶା

odisha

ରାଜନାଥଙ୍କୁ ଭେଟିଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ

By

Published : Sep 23, 2021, 8:13 AM IST

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ । କିଛି ଦିନ ପରେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ । ଭି.ଆର ଚୌଧୁରୀଙ୍କୁ ଆଗାମୀ ବାୟୁସେନା ମୁଖ୍ୟ କରାଇବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିଛି ଦିନ ପରେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ ଭାରତୀୟ ବାୟୁ ସେନାର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । 30 ସେପ୍ଟେମ୍ବର 2021ରେ ଅବସର ନେବେ ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ମାର୍ଶାଲ ଆରକେଏସ ଭଦୋରିଆ । ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ଭି.ଆର ଚୌଧୁରୀ ।

ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଦାୟିତ୍ବରେ ରହିଛନ୍ତି । MiG-29 ପାଇଲଟ ଏକ୍ସପଟ ଭାବରେ କାର୍ଯ୍ୟ କରୁଛନ୍ତି । ଅଗଷ୍ଟ ୧ରୁ ପଶ୍ଚିମ ଏୟାର କମାଣ୍ତର ମୁଖ୍ୟ ରହିଛନ୍ତି ସେ । 29 ଡିସେମ୍ବର 1982ରେ ବାୟୁସେନାରେ ସାମିଲ ହୋଇଥିଲେ । ୩୯ ବର୍ଷ ଧରି ସେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି । ସେ 3800 ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ଓ ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଉଡାଇଛନ୍ତି । ଏହି ଅବସରରେ ଆର କେ ଭଦରିଆ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି ।

@ANI

ABOUT THE AUTHOR

...view details