ଓଡିଶା

odisha

ETV Bharat / bharat

UP Elections: ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ

ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଗୋରଖପୁରରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

UP Elections: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
UP Elections: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

By

Published : Mar 3, 2022, 10:13 AM IST

ଲକ୍ଷ୍ନୌ:ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ । ଆଜି(ଗୁରୁବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋରଖପୁରରେ ପହଞ୍ଚି ସକାଳ ଠିକ୍ ୭ଟା ସମୟରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଏବଂ ଉତ୍ତମ ସରକାର ଗଠନ କରିବା ପାଇଁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

UP Elections: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଯୋଗୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସରିଥିବା ପାଞ୍ଚଟି ପର୍ଯ୍ୟାୟ ମତଦାନରେ ବିଜେପି ପ୍ରାୟ ୩୦୦ ଆସନ ଜିତି ସାରିଛି । ବାକି ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ବିରୋଧି ଦଳଙ୍କୁ ମୂଳପୋଛ କରିବ । ବିଧାନସଭାର ମୋଟ ଆସନରୁ ଭାରତୀୟ ଜନତା ପାର୍ଟି ୮୦ ପ୍ରତିଶତ ଦଖଲ କରିବ । ବାକି ୨୦ ପ୍ରତିଶତ ବିରୋଧି ନିଜ ମଧ୍ୟରେ ଭାଗବଣ୍ଟା କରିବେ ।

ଏହାମଧ୍ୟ ପଢନ୍ତୁ:UP Election 6th Phase: ମତଦାନ ଆରମ୍ଭ, ଆଜି ଯୋଗୀଙ୍କ ଭାଗ୍ୟ ପରୀକ୍ଷା

ମୁଖ୍ୟମନ୍ତ୍ରୀ ପୂର୍ବରୁ ସତ୍ତାସୀନ ଥିବା ସପା ଏବଂ ବିଏସପି ସରକାରକୁ ଟାର୍ଗେଟ କରିଛନ୍ତି । ବିଜେପି ସରକାରରେ ରାଜ୍ୟବାସୀଙ୍କ ବିକାଶ ହୋଇଛି ଏବଂ ସୁରକ୍ଷା, ସୁଶାସନ ମିଳିଛି । ଯେତେବେଳେ କି ପୂର୍ବ ସରକାରରେ କେବଳ ପରିବାରବାଦର ବିକାଶ ହୋଇଥିଲା । ଏହିସବୁ କାରଣରୁ ୟୁପିବାସୀ ବିଜେପିକୁ ସମର୍ଥନ ଦେବେ ଏବଂ ୨୦୧୭ ନିର୍ବାଚନ ଠାରୁ ଅଧିକ ସଫଳତା ବିଜେପିକୁ ମିଳିବ ବୋଲି ଯୋଗୀ ଦମ୍ଭୋକ୍ତି ଦେଖାଇଛନ୍ତି । କହିରଖୁଛୁ କି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୋରଖପୁର ସହର(ଅର୍ବାନ) ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

@ANI

ABOUT THE AUTHOR

...view details