ମୁମ୍ବାଇ: କୋରୋନା ମହାମାରୀ ବିସ୍ତାର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । କେତେକ ଅଞ୍ଚଳରେ ରାତିର କର୍ଫ୍ୟୁ ଆରମ୍ଭ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସନ୍ଧ୍ୟା 7 ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ତେବେ ସମସ୍ତଙ୍କ ନଜର ଲକଡାଉନ ଓ କର୍ଫ୍ୟୁ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ କୋରୋନା ବିସ୍ତାର କିଛି ମାତ୍ରାରେ କମିଯାଇଥିଲା। ସ୍ଥାନୀୟ ସେବା ମଧ୍ୟ ଫେବୃଆରୀ 1 ରୁ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟକୁ ମେଲ୍ ଟ୍ରେନ୍ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ନାଗରିକଙ୍କ ଦ୍ବାରା କୋରୋନା ସମ୍ବନ୍ଧୀୟ ନିୟମ ପାଳନ କରାଯାଉ ନ ଥିବାରୁ ରୋଗୀ ସଂଖ୍ୟା ପୁଣି ବଢିବାରେ ଲାଗିଛି।
ଗତ ଦୁଇ ଦିନ ମଧ୍ୟରେ ରୋଗୀ ଓ ମୃତ୍ୟୁ ସଂଖ୍ୟା ତୀବ୍ର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅମରାବତୀରେ ଦୁଇ ଦିନିଆ ଲକଡାଉନ୍ ସହ ପୁନେରେ ରାତ୍ରୀ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ରାଜ୍ୟର ମନ୍ତ୍ରୀ ବିଜୟ ଭଦବତୀୱର କହିଥିଲେ ଯେ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଯୋଜନା କରୁଛନ୍ତି। ମୁମ୍ବାଇ ମେଏର କିଶୋରୀ ପେଡନେକର ଏହା ମଧ୍ୟ କହିଛନ୍ତି ଯେ ନାଗରିକମାନେ କୋରୋନା ନିୟମ ପାଳନ କରୁ ନ ଥିବାରୁ ମୁମ୍ବାଇରେ ରୋଗୀଙ୍କ ସଂଖ୍ୟା ବଢୁଛି।