ଓଡିଶା

odisha

By

Published : May 26, 2022, 1:07 PM IST

ETV Bharat / bharat

ହାଟରୁ ପତ୍ନୀଙ୍କ ପାଇଁ ସିନ୍ଦୁର କଣିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ହାଟରେ ବୁଲିଲେ ଜିନିଷ କଣିଲେ ଛତିଶଗଡ ମୁଖ୍ୟମନ୍ତୀ । ପତ୍ନୀଙ୍କ ପାଇଁ ଚୁଡି ଓ ଟିକିଲି କିଣିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଅଧିକ ପଢନ୍ତୁ

ହାଟରୁ ପତ୍ନୀଙ୍କ ପାଇଁ ଚୁଡି ଟିକିଲି କିଣିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
ହାଟରୁ ପତ୍ନୀଙ୍କ ପାଇଁ ଚୁଡି ଟିକିଲି କିଣିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର:ହାଟରେ ବୁଲିଲେ ଜିନିଷ କଣିଲେ ଛତିଶଗଡ ମୁଖ୍ୟମନ୍ତୀ । ପତ୍ନୀଙ୍କ ପାଇଁ ସିନ୍ଦୁର, ଚୁଡି ଓ ଟିକିଲି କିଣିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ମାଟି, ସଂସ୍କୃତି, ଲୋକ ଓ ଭାଷା ସହିତ ସେ ନିବିଡ ଭାବେ ଜଡିତ । ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ରାଜ୍ୟର ଅନ୍ୟ ସମସ୍ତ ଲୋକଙ୍କ ପରି ସାଧାରଣ ଆଚରଣ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେଥିପାଇଁ ତ ରାଜ୍ୟବାସୀଙ୍କ ମନରେ ଘର କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ।

ଛତିଶଗଡ ବସ୍ତର ଜିଲ୍ଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଳ ଅଞ୍ଚଳ ପ୍ରଦର୍ଶନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଥିବା ଏକ ହାଟରେ ବୁଲିବା ସମୟରେ ତାଙ୍କୁ ଜଣେ ଦୋକାନୀ ବସନ୍ତ ରାୟ କିଛି କିଣିବାକୁ କହିଥିଲେ । ଏହାପରେ ଭୂପେଶ ଉକ୍ତ ଦୋକାନକୁ ଯାଇଥିଲେ । ସେଠାରେ ତାଙ୍କ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୁର, ଚୁଡି ଓ ମେହେନ୍ଦୀ କିଣିଥିବା ଦେଖିବାକୁ ମିଳିଛି । ଜିନିଷ ବାବଦକୁ ଟଙ୍କା ଦେବାକୁ ଭୂପେଶ ତାଙ୍କ ପକେଟରୁ ୫୦୦ ଟଙ୍କା ବାହାର କରିଥିଲେ । ଏହାର ଏକ ଭିଡିଓ ସେ ତାଙ୍କ ଟ୍ବିଟରରେ ପୋଷ୍ଟ କରିଥିଲେ ।

ଟ୍ବିଟ କରି ଭୂପେଶ ଲେଖିଛନ୍ତି, ''ବସ୍ତର କିଲେପାଳ ହାଟରେ ବସନ୍ତ ରାୟ ନାମକ ଜଣେ ଦୋକାନୀ ଟିକିଲି ବିନ୍ଦି ନିଅ ବୋଲି କହିଥିଲେ । କେମିତି ମନା କରିଥାନ୍ତି । ହାଟରୁ ଶ୍ରୀମତିଙ୍କ ଶୃଙ୍ଗାର ପାଇଁ ଜିନିଷ କିଣିବା ନିଜ ପାଇଁ ବହୁତ ବଡ କଥା'' । ପ୍ରକାଶ ଥାଉ କି, ୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏନେଇ ଭେଟ୍‌ ମୁଲାକାତ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details