ଓଡିଶା

odisha

ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସାଇକେଲ ରାଲି: ଯୁବପିଢିଙ୍କୁ ଦେଲେ ନିଶା ବର୍ଜନ ଆହ୍ବାନ - ସାଇକେଲ ରାଲି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ସାଇକେଲ ରାଲିରେ ଅଂଶଗ୍ରହଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଶତାଧିକ ଯୁବକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେଲେ ମନ୍ତ୍ରୀ, ବିଧାୟକ ଓ ପୋଲିସ । ନିଶା ଛାଡିବା ପାଇଁ ଯୁବପିଢିଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ସାଇକେଲ ରାଲି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଯୁବକଙ୍କୁ ନିଶା ଛାଡିବା ପାଇଁ ଦେଲେ ଆହ୍ବାନ
ସାଇକେଲ ରାଲି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଯୁବକଙ୍କୁ ନିଶା ଛାଡିବା ପାଇଁ ଦେଲେ ଆହ୍ବାନ

By

Published : May 22, 2022, 7:33 PM IST

ଚଣ୍ଡିଗଡ:ସାଇକେଲ ରାଲିରେ ଅଂଶଗ୍ରହଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଆଜି (ରବିବାର) ପଞ୍ଜାବ ସଙ୍ଗରୁର ମୁଖ୍ୟମନ୍ତ୍ରୀ ମାନ ଶତାଧିକ ଯୁବ ସାଇକେଲ ଆରୋହୀଙ୍କ ସହ ନିଜେ ରାଲିରେ ଅଂଶଗ୍ରହଣ କରିବା ସହ ଯୁବ ସମାଜକୁ ନିଶା ବର୍ଜନ କରିବାର ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ, ଦଳୀୟ ବିଧାୟକ, ପୋଲିସ ଅଧିକାରୀ ଓ ଯୁବକମାନେ ମଧ୍ୟ ବହୁମାତ୍ରାରେ ଅଂଶଗ୍ରହଣ କରିଥିଲେ ।

ରାଲିରେ ବହୁ ସଂଖ୍ୟାରେ ଯୁବକ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। ନିଶା ବିରୋଧୀ ଅଭିଯାନ ଓ ସଚେତନା ପାଇଁ ଯୁବପିଢି ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ମାନ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ, ବେକାରୀ କବଳରେ ଆସି ଯୁବକମାନେ ନିଶାଗ୍ରସ୍ତ ହେବାରେ ଲାଗିଛନ୍ତି । ସେମାନେ ଉଚ୍ଚ ଶିକ୍ଷା ଲାଭ କରିବା ପରେ ମଧ୍ୟ ନିଯୁକ୍ତି ନପାଇ ମାନସିକ ଚାପରେ ରହୁଛନ୍ତି । ତେଣୁ ସେମାନଙ୍କର ନିଶା ପ୍ରତି ଦୁର୍ବଳତା ବଢୁଛି ।

ବର୍ତ୍ତମାନ ପଞ୍ଜାବରେ ଏକ ପ୍ରଭାବୀ ସରକାର ଆସିଛି । ଲୋକଙ୍କ ସମସ୍ୟା ଦିଗରେ ବହୁତ ଭଲ କାମ କରାଯାଉଛି ବୋଲି ମଧ୍ୟ ସେ ମତ ରଖିଛନ୍ତି । ବର୍ତ୍ତମାନ ତାଙ୍କ ସହକାର ଯୁବପିଢିଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି । ଯୁବପିଢି ନିଶା ବଦଳରେ ଟିଫିନ ବକ୍ସ ଧରି କାମକୁ ବାହାରିବେ ବୋଲି ମଧ୍ୟ ମାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details