ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଅକ୍ସିଜେନ ସଂଙ୍କଟ ପ୍ରସଙ୍ଗ, ଶିଳ୍ପପତିଙ୍କୁ ଚିଠି ଲେଖି ସହଯୋଗ ମାଗିଲେ କେଜ୍ରିଓ୍ବାଲ - oxygen crices in delhi

ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ପରିଣତି ଦେଖିବାକୁ ମିଳିଥିବାବେଳେ ରାଜଧାନୀ ଦିଲ୍ଲୀ ବେହାଲ । ଦେଶର ଶିଳ୍ପପତିଙ୍କୁ ଚିଠି ଲେଖି ଅକ୍ସିଜେନ ନିମିତ୍ତ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଅଧିକ ପଢନ୍ତୁ:

ଦିଲ୍ଲୀରେ ଅକ୍ସିଜେନ ସଂଙ୍କଟ ପ୍ରସଙ୍ଗ, ଶିଳ୍ପପତିଙ୍କୁ ଚିଠି ଲେଖି ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଦିଲ୍ଲୀରେ ଅକ୍ସିଜେନ ସଂଙ୍କଟ ପ୍ରସଙ୍ଗ, ଶିଳ୍ପପତିଙ୍କୁ ଚିଠି ଲେଖି ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ
ଦିଲ୍ଲୀରେ ଅକ୍ସିଜେନ ସଂଙ୍କଟ ପ୍ରସଙ୍ଗ, ଶିଳ୍ପପତିଙ୍କୁ ଚିଠି ଲେଖି ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

By

Published : Apr 25, 2021, 7:29 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ଭୟଙ୍କର ପରିଣତି ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହାର ସବୁଠୁ ଭୟାବହତା ଦେଖିବାକୁ ମିଳିଛି । ଦିଲ୍ଲୀ ସରକାର ଅସହାୟତା ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ଅନୁରୋଧ କରିସାରିଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଦେଶର ପ୍ରମୁଖ ଶିଳ୍ପପତିଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି ।

ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଂଙ୍କଟରେ ଶିଳ୍ପପତି ମାନଙ୍କ ସହଯୋଗ ଲୋଡିଛନ୍ତି କେଜ୍ରିଓ୍ବାଲ । 'ଯଦି ଆପଣଙ୍କର ଅମ୍ଳଜାନ ଏବଂ ଟ୍ୟାଙ୍କର ଅଛି ତେବେ ଦୟାକରି ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି ଚିଠିରେ ନିବେଦନ କରିଛନ୍ତି କେଜ୍ରିଓ୍ବାଲ । ଯେକୌଣସି ପ୍ରକାର ଆପଣ ଦିଲ୍ଲୀକୁ ସାହାଯ୍ୟ କରନ୍ତୁ ବୋଲି କେଜ୍ରିଓ୍ବାଲ ନିବେଦନ କରିଥିବା ଦେଖାଯାଇଛି ।

ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ସହାୟତା ମାଗି ସାରିଛନ୍ତି କେଜ୍ରିଓ୍ବାଲ । ସାରା ଦେଶରେ ଅକ୍ସିଜେନ ସଂଙ୍କଟ ଦେଖାଯାଇଥିବା ବେଳେ ଦିଲ୍ଲୀରେ ସ୍ଥିତି ଅଣାୟତ ହୋଇପଡିଛି । ଦିଲ୍ଲୀର ବିଭିନ୍ନ ହସ୍ପିଟାଲ ରୋଗୀ ଭର୍ତ୍ତି କରିବା ବନ୍ଦ କରିବା ସହ ଅକ୍ସିଜେନ ଯୋଗାଣ ନେଇ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । ଅକ୍ସିଜେନ ଅଭାବ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ।

@ANI

ABOUT THE AUTHOR

...view details