କୋଲକାତା:ଟିଏମସି ବିରୋଧରେ ଦଳୀୟ ନେତା ଦାଏର କରିଥିବା ଏକ ମାମଲାରେ ଟିଏମସି ପକ୍ଷରୁ ଓକିଲାତି କରିବାକୁ ଯାଇ କଂଗ୍ରେସ ସମର୍ଥିତ ଓକିଲଙ୍କ ଆକ୍ରୋଶର ଶିକାର ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ । ପି.ଚଦାମ୍ବରମ ରାଜନେତା ସମେତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ । ଆଜି ( (ବୁଧବାର) ପଶ୍ଚିମବଙ୍ଗରେ ଶାସନାଧୀନ ତୃଣମୂଳ କଂଗ୍ରେସ ସରକାର ବିରୋଧରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଦାଏର କରିଥିବା ଏକ ମାମଲାରେ ସରକାରୀ ପକ୍ଷ ରଖିବା ବେଳେ ତାଙ୍କୁ ଏପରି ଆକ୍ରୋଶର ଶିକାର ହେବାକୁ ପଡିଛି ।
TMC ପାଇଁ ମାମଲା ଲଢିବାରୁ କଂଗ୍ରେସ ସମର୍ଥିତ ଓକିଲଙ୍କ ଆକ୍ରୋଶର ଶିକାର ହେଲେ ଚିଦାମ୍ବରମ - ଓକିଲଙ୍କ ଆକ୍ରୋଶର ଶିକାର ହେଲେ ପି ଚିଦାମ୍ବରମ
ଟିଏମସି ବିରୋଧରେ ଦଳୀୟ ନେତା ଦାଏର କରିଥିବା ଏକ ମାମଲାରେ ଟିଏମସିର ପକ୍ଷରୁ ଲଢିବାକୁ ଯାଇଥିବା ପି.ଚିଦାମ୍ବରମଙ୍କୁ କଂଗ୍ରେସ ଓକିଲଙ୍କ ବିରୋଧ । ଅଧିକ ପଢନ୍ତୁ
ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ତଥା ଲୋକସଭାରେ ଦଳର ଫ୍ଲୋର ଲିଡର ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ବାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଦାଏର ହୋଇଥିବା ଏକ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖିବା ପାଇଁ କୋର୍ଟରେ ହାଜର ହୋଇଥିଲେ ଚିଦାମ୍ବରମ । ଶୁଣାଣି ପରେ ଚିଦାମ୍ବରମ୍ ହାଇକୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଦଳୀୟ ଓକିଲଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । କଂଗ୍ରେସ ସମର୍ଥିତ ଓକିଲମାନେ ଗୋ-ବ୍ୟାକ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଗଣମାଧ୍ୟମ ମଧ୍ୟ ଘଟଣାସ୍ଥଳରେ ପ୍ରତିକ୍ରିୟା ଚାହିଁଥିବା ବେଳେ ଚିଦାମ୍ବରମ କିନ୍ତୁ ନୀରବ ରହିବା ସହ ଘଟଣାସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ ଭାବିଥିବା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ