ଓଡିଶା

odisha

ETV Bharat / bharat

୧୫ ବର୍ଷ ପରେ ନକ୍ସଲ ପ୍ରବଣ ଜିଲ୍ଲାରେ ଖୋଲିଲା ସ୍କୁଲ

ଦିନେ ନକ୍ସଲ ଉପଦ୍ରବରେ ବନ୍ଦ ହୋଇଯାଇଥିଲା ଶତାଧିକ ସ୍କୁଲ । ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବନ୍ଦ ସ୍କୁଲ ଖୋଲିଲେ ସରକାର । ଅଧିକ ପଢନ୍ତୁ

୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ
୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ

By

Published : Jun 17, 2022, 9:55 AM IST

ରାୟପୁର:ଦିନେ ନକ୍ସଲ ଭୟରେ ସ୍କୁଲ ବାଟ ଭୁଲି ଯାଇଥିଲେ ଛାତ୍ରଛାତ୍ରୀ । ନକ୍ସଲ ଓ ଯବାନଙ୍କ ସଂଘର୍ଷ ଭିତରେ ଶତାଧିକ ସ୍କୁଲରେ ତାଲା ଝୁଲିଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବନ୍ଦ ହୋଇଯାଇଥିବା ସ୍କୁଲକୁ ପୁଣିଥରେ ଖୋଲିଛନ୍ତି ସରକାର । ଗତକାଲି(ଗୁରୁବାର) ଛତିଶଗଡ ରାଜ୍ୟର ସୁକମା, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଆଦି ନକ୍ସଲ ପ୍ରବଣ ଅଞ୍ଚଳରେ ଦେଢ ଦଶକରୁ ବନ୍ଦ ପଡିଥିବା ୨୬୦ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପୁନର୍ବାର ଖୋଲିଛନ୍ତି । ବିଜାପୁର ଜିଲ୍ଲାରେ ସର୍ବାଧିକ ୧୫୮ଟି ସ୍କୁଲ ଖୋଲିଛି । ଏହି କ୍ରମରେ ସୁକିମା ଜିଲ୍ଲାରେ ୯୭ଟି, ନାରାୟଣପୁର ଜିଲ୍ଲାରେ ୪ଟି ଏବଂ ଦନ୍ତେୱାଡାରେ ଗୋଟିଏ ସ୍କୁଲ ପୁଣିଥରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହୋଇଛି । ଏହିସବୁ ସ୍କୁଲରେ ଏବେସୁଦ୍ଧା ୧୧,୦୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

୧୫ ବର୍ଷ ପରେ ନକ୍ସଲ ପ୍ରବଣ ଜିଲ୍ଲାରେ ଖୋଲିଲା ସ୍କୁଲ

ଛତିଶଗଡ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ରାଜ୍ୟର ସ୍କୁଲଗୁଡିକରେ ଶାଲା ପ୍ରବେଶ ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ନକ୍ସଲ ପ୍ରବଣ ଅଞ୍ଚଳର ୨୬୦ ବନ୍ଦ ସ୍କୁଲ ପୁଣିଥରେ ଖୋଲିଛନ୍ତି । ୧୫ ବର୍ଷ ହେଲା ସ୍କୁଲ ଖୋଲିବା ପରେ ସ୍ଥାନୀୟ ଅଞ୍ଚଳର ପିଲାଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଯାଇଛି । ବିଜାପୁର ଜିଲ୍ଲାରେ ୨୦୦୫ ମସିହାରୁ ୩୦୦ ସ୍କୁଲ ବନ୍ଦ ରହିଥିଲା । ଏହାମଧ୍ୟରୁ ୧୫୮ଟି ସ୍କୁଲ ପୁଣିଥରେ ଖୋଲାଯାଇଛି । ସ୍କୁଲ ପରିଚାଳନା ପାଇଁ ଗ୍ରାମରେ ଜ୍ଞାନଦୂତ ନିଯୁକ୍ତ କରାଯାଇଛି ।

୧୫ ବର୍ଷ ପରେ ମାଓ ଅଞ୍ଚଳରେ ଖୋଲିବ ୨୬୦ ସ୍କୁଲ

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, "ରାଜ୍ୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସ୍ବାମୀ ଆତ୍ମାନନ୍ଦ ଇଂରାଜୀ ଏବଂ ହିନ୍ଦୀ ମିଡିୟମ ସ୍କୁଲ ପରିଚାଳିତ ହେଉଛି । ଏହା ଅନ୍ତର୍ଗତ ରାଜ୍ୟରେ ୧୭୧ ଇଂରାଜୀ ମିଡିୟମ ଏବଂ ୩୨ଟି ହିନ୍ଦୀ ମିଡିୟମ ସ୍କୁଲ ଚାଲିଛି । ଯେପରି ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲର କୌଣସି କ୍ଷେତ୍ରରେ କମ୍ ନ ହୁଏ ସେ ଦିଗରେ ଆମେ ପ୍ରଚେଷ୍ଟା କରୁଛୁ ।" ଏଥିସହ ସମସ୍ତଙ୍କୁ ମିଶି ଶିକ୍ଷିତ ଛତିଶଗଡ ଗଠନରେ ନିଜର ସହଯୋଗ ଦେବାକୁ ଆହ୍ବାନ କରିଛନ୍ତି ବଘେଲ ।

ବସ୍ତର ଜିଲ୍ଲାରେ ପ୍ରାୟ ୧୫ ବର୍ଷ ପୂର୍ବରୁ ନକ୍ସଲବାଦ ବିରୋଧି ଅଭିଯାନ ଚାଲିଥିଲା । ଏହି ସମୟରେ ହର୍ଡକୋର ନକ୍ସଲ ସଲବା ଦ୍ବାରା ବିଭିନ୍ନ ହିଂସାକାଣ୍ଡରେ ଅଞ୍ଚଳରେ ଥିବା ସ୍କୁଲଗୁଡିକ ବଳି ପଡିଥିଲା । ନକ୍ସଲମାନେ ବୋମା ପକାଇ ସ୍କୁଲ ଘରଗୁଡିକୁ ମାଟିରେ ମିଶାଇ ଦେଇଥିଲେ । ସଲବା ଜୁଡୁମର କାର୍ଯ୍ୟକର୍ତ୍ତା ଓ ସୁରକ୍ଷା ବଳର ଯବାନ ସ୍କୁଲରେ ଲୁଚି ରହି ଆକ୍ରମଣ କରୁଥିଲେ ।

ଏହି ଦୁଇ ପକ୍ଷର ସଂଘର୍ଷର ପରିଣାମ ଭୋଗିଥିଲେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ । ଏହି ଅଞ୍ଚଳରେ ପାଖାପାଖି ୪୦୦ ସ୍କୁଲ ବନ୍ଦ କରିଦିଆଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏଠାରେ ୨୫୦ ସ୍କୁଲ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସୁକିମା ଜିଲ୍ଲାରେ ୯୭ଟି, ନାରାୟଣପୁର ଜିଲ୍ଲାରେ ୪ଟି ଏବଂ ଦନ୍ତେୱାଡାରେ ଗୋଟିଏ ସ୍କୁଲ ଖୋଲିଛି ।

ABOUT THE AUTHOR

...view details