ରାୟପୁର:ସନ୍ଦେହଜନକ ଅବସ୍ଥାରେ ଲଜ୍ରୁ ଉଦ୍ଧାର ହେଲା ସ୍ବାମୀ ସ୍ତ୍ରୀଙ୍କ ସମେତ ୨ ସନ୍ତାନଙ୍କ ମୃତଦେହ । ଛତିଶଗଡ ରାୟପୁର କାଙ୍କେର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜ୍ରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ନିଜ ଦୁଇ ପିଲାଙ୍କୁ ବିଷ ଦେବା ପରେ ସ୍ବାମୀ, ସ୍ତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ ଏପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଲଜ୍ରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ସହ ୨ ପିଲାଙ୍କ ମୃତଦେହ, କାରଣ ଅସ୍ପଷ୍ଟ - ଲଜରୁ ଉଦ୍ଧାର ହେଲା ସ୍ବାମୀ ସ୍ତ୍ରୀଙ୍କ ମୃତଦେହ
ଛତିଶଗଡ ରାୟପୁର କାଙ୍କେର ବସଷ୍ଟାଣ୍ଡରେ ନିକଟରେ ଥିବା ଏକ ଲଜ୍ରୁ ସ୍ବାମୀ, ସ୍ତ୍ରୀଙ୍କ ସମେତ ୨ ସନ୍ତାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର । ଅଧିକ ପଢନ୍ତୁ
ଲଜରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ସହ ୨ ପିଲାଙ୍କ ମୃତଦେହ , କାରଣ ଅସ୍ପଷ୍ଟ
ସୂଚନା ଅନୁଯାୟୀ, ମୃତକଙ୍କ ପରିବାର ବୁଧବାର ଦିନ କାଙ୍କେରରେ ଥିବା ବସ୍ତର ଲଜ୍ରେ ରହିଥିଲେ । ଗୁରୁବାର ରାତି ୧୦ଟା ସମୟରେ ରୁମ୍ କବାଟ ନ ଖୋଲିବାରୁ ଲଜ୍ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏହି ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦେଇନାହିଁ । ମୃତ ପିଲାଙ୍କ ବୟସ ୮ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।