ଓଡିଶା

odisha

ETV Bharat / bharat

Baghel vs Baghel: ପାଟନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ, ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରା - ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ପାଟନରେ ଆସନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ । ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରାଙ୍କ ସହ ଅମିତ ଯୋଗୀ । ନିର୍ଣ୍ଣାୟକ ହେବ କୁର୍ମୀ ଓ ସାହୁ ସମ୍ପ୍ରଦାୟର ଭୋଟ । ଅଧିକ ପଢନ୍ତୁ

Baghel vs Baghel: ପାଟନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ, ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରା
Baghel vs Baghel: ପାଟନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ, ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରା

By ETV Bharat Odisha Team

Published : Nov 5, 2023, 5:26 PM IST

ରାୟପୁର: ଆଉ ଗୋଟିଏ ଦିନ ପରେ ଛତିଶଗଡରେ ପଡିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ । ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି 2 ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବା ଦୁର୍ଗ ଜିଲ୍ଲାର ପାଟନ ବିଧାନସଭା ନିର୍ବାଚନ ମଣ୍ଡଳୀ । କାରଣ ଏହି ଆସନରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନିର୍ବାଚନ ଲଢୁଛନ୍ତି । ଅନ୍ୟ ଏକ ରୋଚକ କଥା ହେଉଛି ଭୂପେଶଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୁତୁରା ବିଜୟ ବଘେଲ । ବିଜୟ ବିଜେପି ସାଂସଦ ଥିବା ବେଳେ ଦଳ ତାଙ୍କୁ ଏଥର ଦାଦା ତଥା ମୁଖ୍ୟମନ୍ତ୍ରୀ ବଘେଲଙ୍କ ବିରୋଧରେ ବିଧାନସଭା ଗ୍ରାଉଣ୍ଡକୁ ଓହ୍ଲାଇଛି ।

ତେବେ ଦାଦା ପୁତୁରାଙ୍କ ପାରମ୍ପରିକ ଲଢେଇ ମଧ୍ୟରେ ଅନ୍ୟ ଜଣେ ନେତା ମଧ୍ୟ ଏଣ୍ଟ୍ରିଂ ମାରିଛନ୍ତି । ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ଜନତା କଂଗ୍ରେସ ମୁଖ୍ୟ ଅମିତ ଯୋଗୀ ମଧ୍ୟ ପାଟନରୁ ନିର୍ବାଚନ ଲଢୁଛନ୍ତି । ତେଣୁ ଏହି ପାଟନ ଆସନ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବାକୁ ଯାଉଛି ।

ମଧ୍ୟ ପ୍ରଦେଶରୁ ବିଭାଜନ ହୋଇ ଛତିଶଗଡ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପର ଠାରୁ ଭୂପେଶ ବଘେଲ ଏହି ପାଟନ ଆସନରୁ କ୍ରମାଗତ ପ୍ରତିଦ୍ବନ୍ଦ୍ବିତା କରିଆସୁଛନ୍ତି । 1993 ମସିହାରୁ ସେ କ୍ରମାଗତ ଜିତି ଆସିଥିବା ବେଳେ 2008ରେ ସେ ପୁତୁରା ବିଜୟ ବଘେଲଙ୍କ ଠାରୁ ପରାଜିତ ହୋଇଥିଲେ । ସେବେ ଠାରୁ ପାଟନ ଏକ ଗୁରୁତ୍ବପୂର୍ଣ୍ଣ ଆସନ ଭାବେ ରାଜ୍ୟ ରାଜନୀତିରେ ପ୍ରଭାବ ବଜାୟ ରଖିଛି । ଏହ ଆସନ କୁର୍ମୀ ଓ ସାହୁ ସମ୍ପ୍ରଦାୟବହୁଳ ଭୋଟରଙ୍କ ଦଖଲରେ ରହିଛି । କେବଳ ପଛୁଆବର୍ଗ ଭୋଟର ନୁହନ୍ତି ବରଂ ଏକାଧିକ ବଡ ପଛୁଆ ବର୍ଗର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ ଏହି ଆସନ ।

ଏହା ମଧ୍ୟ ପଢନ୍ତୁ :- ମାଗଣା ରାସନ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସର ଟାର୍ଗେଟ: ‘ଦେଶରେ ଆର୍ଥିକ ସଙ୍କଟ ଓ ଅସମାନତାକୁ ବଢାଇବ’

ଅନ୍ୟପଟେ ଏହି ଆସନରେ ଜାତିଭିତ୍ତିକ ଜନଗଣନାର ପ୍ରଭାବ ଦେଖାଯାଇପାର ବୋଲି ଆଶଙ୍କା ପ୍ରକାଶ କରାଯାଇଛି । କାରଣ ଏହି ଆସନଟି ଦୁଇଟି ପଛୁଆ ଜାତିବହୁଳ ଭାବେ ପରିଚିତ ତେଣୁ ଭୂପେଶ ବଘେଲ ଓ କଂଗ୍ରେସ ପାର୍ଟି ମଧ୍ୟ ଜାତିଗତ ଜନଗଣନା କରାଯିବା ନେଇ ଘୋଷଣା କରିସାରିଛି । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଭିନ୍ନ ମତ ପୋଷଣ କରି ଏହାର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି । ତେଣୁ ଏହି ଆସନରେ ପଛୁଆ ବର୍ଗର ଭୋଟ ହାସଲ କରିବାରେ ବିଜେପି ପାଇଁ ସାମାନ୍ୟ କଷ୍ଟକର ହୋଇପାରେ । ସମସ୍ତ ତିନି ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭୂପେଶ ବଘେଲ, ବିଜୟ ବଘେଲ ଓ ଅମିତ ଯୋଗୀ ପଛୁଆ ବର୍ଗର ଭୋଟ ହତେଇବାକୁ ପ୍ରୟାସ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details