ଓଡିଶା

odisha

ETV Bharat / bharat

ରାୟପୁର ନର୍ଥ ଆସନରୁ ବାଜି ମାରିଲେ ବିଜେପି ପ୍ରାର୍ଥୀ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର, ପ୍ରତିଷ୍ଠା କରିଛନ୍ତି ‘ଉତ୍କଳ ସମାଜ’ - ପୁରନ୍ଦର ମିଶ୍ର

ଛତିଶଗଡ ବିଧାନସଭା ନିର୍ବାଚନରେ ଓଡି଼ଆ ପୁଅ ପୁରନ୍ଦର ମିଶ୍ରଙ୍କ ବିଜୟ । କଂଗ୍ରେସ ପ୍ରାର୍ଥୀ କୁଲଦୀପ ଜୁନେଜାଙ୍କୁ ହରାଇ ରାୟପୁର ଉତ୍ତର ଆସନ କବଜା କଲେ ପୁରନ୍ଦର। ଅଧିକ ପଢନ୍ତୁ

ଛତିଶଗଡ ବିଧାନସଭା ନିର୍ବାଚନରେ ଓଡ଼ିଆ ପ୍ରାର୍ଥୀ ବିଜୟୀ
ଛତିଶଗଡ ବିଧାନସଭା ନିର୍ବାଚନରେ ଓଡ଼ିଆ ପ୍ରାର୍ଥୀ ବିଜୟୀ

By ETV Bharat Odisha Team

Published : Dec 3, 2023, 5:34 PM IST

ରାୟପୁର ନର୍ଥ ଆସନରୁ ବାଜି ମାରିଲେ ବିଜେପି ପ୍ରାର୍ଥୀ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ରାୟପୁର: ଛତିଶଗଡ ନିର୍ବାଚନରେ ଓଡି଼ଆ ପୁଅଙ୍କ ବିଜୟ । ରାୟପୁର ନଗର ଉତ୍ତର ବିଧାନସଭା ଆସନରୁ ବିଜୟୀ ହେଲେ ଏକମାତ୍ର ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ର । ଚଳିତ ନିର୍ବାଚନରେ ପୁରନ୍ଦର ବିଜେପି ଟିକେଟରେ ରାୟପୁର ଉତ୍ତର ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ । ତାଙ୍କ ବିପକ୍ଷରେ କୁଲଦୀପ ଜୁନେଜାଙ୍କୁ ଛିଡା କରିଥିଲା କଂଗ୍ରେସ । ତେବେ ପ୍ରଥମ ଓଡ଼ିଆ ପ୍ରାର୍ଥୀ ଭାବେ ପୁରନ୍ଦର କଂଗ୍ରେସ ପ୍ରାର୍ଥୀ ଜୁନେଜାଙ୍କୁ ୨୩,୦୫୪ ଖଣ୍ଡ ଭୋଟରେ ହରାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ଏହାକୁ ନେଇ ଛତିଶଗଡ ସ୍ଥିତ ଓଡ଼ିଆ ସମାଜରେ ଖୁସିର ଲହରୀ ଖେଳିଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରନ୍ଦର ମିଶ୍ର ୩୫ ଲକ୍ଷ ଜନସଂଖ୍ୟାକୁ ପ୍ରତିନିଧିତ୍ବ କରୁଥିବା ଛତିଶଗଡ ସ୍ଥିତ ବୃହତ ଓଡିଆ ସମାଜର ସଭାପତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ଅଟନ୍ତି । ସେ ଛତିଶଗଡ ଉତ୍କଳ ବ୍ରାହ୍ମଣ ସମାଜ ସଂରକ୍ଷକ ଅଧ୍ୟକ୍ଷ ସଙ୍ଗେ ସଙ୍ଗେ ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ସେବା ସମିତିର ସଂସ୍ଥାପକ ମଧ୍ୟ ଅଟନ୍ତି । ଯାହାକି ତାଙ୍କର ନିର୍ବାଚନ ମଣ୍ଡଳୀ ପରିସରରେ ଆସୁଛି । ବର୍ତ୍ତମାନ ସେ ଛତିଶଗଡ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହିତ ସେ ଆସାମ, ଝାଡଖଣ୍ଡ, ଓଡ଼ିଶା, ଗୁଜୁରାଟର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିସାରିଛନ୍ତି ।

ରାୟପୁର ନର୍ଥ ଆସନରୁ ବାଜି ମାରିଲେ ବିଜେପି ପ୍ରାର୍ଥୀ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା କଂଗ୍ରେସରେ ସିଏମ୍ ରେସ୍: ସବୁଠୁ ଆଗରେ ପିସିସି ସଭାପତି ରେଭାନ୍ତ

ଏହା ମଧ୍ୟ ପଢନ୍ତୁ: ଛତିଶଗଡ଼ରେ ବିଜେପି ଆଗୁଆ, ରମଣ କହିଲେ ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି

ପୁରନ୍ଦର ଗତ ୨୫ ବର୍ଷ ଧରି ନିଶା ମୁକ୍ତ ଅଭିଯାନ ଚଳାଇ ୨୨ ହଜାର ୬୫୦ ଲୋକଙ୍କୁ ନିଶା ସେବନରୁ ନିବୃତ୍ତ କରିପାରିଛନ୍ତି । ୧୯୫୯ ମସିହା ଜାନୁୟାରୀ ୩ ତାରିଖରେ ପୁରୋନ୍ଦର ମିଶ୍ରଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ଗୌତମ ମିଶ୍ର ଓ ମାଆ ଗୁଫା ଦେବୀ ମିଶ୍ର । ତାଙ୍କର ଜେଜେବାପା ତ୍ରିଲୋଚନ ପ୍ରସାଦ ମିଶ୍ର ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ । ପୁରନ୍ଦର ଏଲଏଲବି ପାସ୍ କରିବା ସହିତ ଆୟକର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ରାୟପୁରର ଶଙ୍କର ନଗର ଅଞ୍ଚଳରେ ରହୁଛନ୍ତି ।

ରାୟପୁର ଉତ୍ତର ବିଧାନସଭା ସିଟ୍ ରାଜ୍ୟର ହାଇପ୍ରୋଫାଇଲ ସିଟ୍ ମଧ୍ୟରୁ ଅନ୍ୟତମ। ୨୦୧୮ ବିଧାନସଭା ନିର୍ବାଚନରେ ଏହି ଆସନ କଂଗ୍ରେସ ଦଖଲକୁ ଯାଇଥିଲା । ଚଳିତ ନିର୍ବାଚନରେ କଂଗ୍ରେସ ଏଠାରୁ କୁଲଦୀପ ଜୁନେଜାଙ୍କୁ ଟିକେଟ ଦେଇଥିଲା । ଜୁନୋଜଙ୍କୁ ଟକ୍କର ଦେବାକୁ ବିଜେପି ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ଫଳସୂରୁପ ବହୁମତ ସହିତ ପୁରନ୍ଦର କଂଗ୍ରେସ ହାତରୁ ରାୟପୁର ଉତ୍ତର ଆସନ ଛଡାଇ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details