ଓଡିଶା

odisha

ଆଦାନୀଙ୍କ ପାଇଁ କାମ କରୁଛନ୍ତି ଭୂପେଶ ବାଘେଲ, କହୁ କହୁ କହି ଦେଲେ ରାହୁଲ

By ETV Bharat Odisha Team

Published : Oct 30, 2023, 8:16 AM IST

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖଉଛି । ଏ ନେଇ ଛତିଶଗଡର ରଜନନ୍ଦଗାଁରେ ଏକ ଜନସଭାକୁ ସମ୍ଭୋଧନ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ । ଯାହାକୁ ନେଇ ବିଜେପି କଟାକ୍ଷ କରିଛି । ଅଧିକ ପଢନ୍ତୁ

Chhattisgarh poll
Rahul called cm baghel working for adani

ରାୟପୁର:ନିର୍ବାଚନୀ ମୁହାଁ ଛତିଶଗଡର ରଜନନ୍ଦଗାଁରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଏମିତି କହି ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜନସଭାରେ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହି ଦେଇଛନ୍ତି ରାହୁଲ ଗାନ୍ଧୀ । ମୋଦିଙ୍କୁ ନିଶାନା କରି କଣ କହୁଥିଲେ ଆଉ କଣ କହିଦେଲେ ତାହା ସେ ଜାଣି ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀ ପାଇଁ କାମ କରୁଥିବା କହୁ କହୁ କହି ଦେଲେ ରାହୁଲ । ଏହାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି ।

ଛତିଶଗଡ଼ର ରଜନନ୍ଦଗାଁରେ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ଭୋଧନ କରିଥିଲେ । ଏଥିରେ ସେ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ଦେଶରେ ଦୁଇ ପ୍ରକାର ସରକାର ଅଛନ୍ତି । ଗୋଟିଏ ସରକାର ଯିଏ ଗରିବଙ୍କ ପାଇଁ କାମ କରନ୍ତି । ଆଉ ଜଣେ ସରକାର ବଡ଼ବଡ଼ କୋଟିପତି ଅଛନ୍ତି ତାଙ୍କ ପାଇଁ କାମ କରନ୍ତି । 14 ଲକ୍ଷ କୋଟି ଟଙ୍କା ଆଦାନୀର ଋଣ ଛାଡ କରିଛନ୍ତି ମୋଦି ସରକାର । କେନ୍ଦ୍ର ସରକାରଙ୍କର ଓ ଆଦାନୀଙ୍କର ତ ସମ୍ପର୍କ ରହିଛି ସେ 24 ଘଣ୍ଟା ଆଦାନୀ ଆଦାନୀ ହେଉଛନ୍ତି । ଏଠାରେ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ବି ଆଦାନୀଙ୍କ ଭଳି ଲୋକଙ୍କ ପାଇଁ 24 ଘଣ୍ଟା କାମ କରୁଛନ୍ତି । ରାହୁଲ ଗାନ୍ଧୀ ଏହା କହିବା ପରେ ମଞ୍ଚରେ ଉପସ୍ଥିତ ଥିଲା ଭୂପେଶ ବାଘେଲ ଓ ଅନ୍ୟ କଂଗ୍ରେସ ନେତା ଟେନସନରେ ଆସିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ସାରା ଦେଶରେ କାର୍ଯ୍ୟକାରୀ ହେବ ଛତିଶଗଡ ସରକାରଙ୍କ କୃଷକ ମଡେଲ: ରାହୁଲ

କଂଗ୍ରେସକୁ ବିଜେପିର ସମାଲୋଚନା:ଜନସଭାରେ ନିଜ ଦଳର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଦାନୀଙ୍କ ପାଇଁ କାମ କରୁଥିବା ରାହୁଲ କହିବାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି । ଏହାକୁ ନେଇ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲ୍ୟବିୟ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ଆଧାର କରି କଂଗ୍ରେସକୁ ଆଟାକ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି,"ରାହୁଲ ଗାନ୍ଧୀ ମାନୁଛନ୍ତି କି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସବୁବେଳେ ଆଦାମୀ ପାଇଁ କାମ କରୁଛନ୍ତି । ଶେଷରେ ସତ୍ୟ ସାମ୍ନାକୁ ଆସିଲା କି କଂଗ୍ରେସ ହିଁ ଆଦାନୀକୁ ସୁରକ୍ଷା ଦେଉଛନ୍ତି ଯାହାକୁ ରାହୁଲ ନିଶାନା କରିବାକୁ ପଛାଉ ନାହାନ୍ତି ।''

ଏହା ବି ପଢନ୍ତୁ...Chhattisgarh poll: ରାହୁଲ ହେଲେ ଚଷାପୁଅ, ହାତରେ ଦା’ ଧରି କାଟିଲେ ଫସଲ

ପ୍ରକାଶ ଥାଉ କି, ଆସନ୍ତା ମାସରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନା ଓ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 7 ତାରିଖରେ ଭୋଗ ଗ୍ରହଣ ହେବ । ଛତିଶଗଡ଼ରେ 2ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର 7 ଓ 17 ତାରିଖରେ ଭୋଟ ପଡିବ । ଡିସେମ୍ବର 3 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ABOUT THE AUTHOR

...view details