ଓଡିଶା

odisha

ETV Bharat / bharat

ନଦୀ ଅତିକ୍ରମ କରି ପହଞ୍ଚିଲା ଆମ୍ବୁଲାନ୍ସ, ବଞ୍ଚିଗଲା ମହିଳାଙ୍କ ଜୀବନ

ନକ୍ସଲ ପ୍ରଭାବିତ ଅଞ୍ଚଳରେ ନଦୀ ପାର ହୋଇ ଶେଷ ମୁବୂର୍ତ୍ତରେ ପହଞ୍ଚିଲା ଆମ୍ବୁଲାନ୍ସ । ବଞ୍ଚାଇଲା 50 ବର୍ଷୀୟା ମହିଳାଙ୍କ ଜୀବନ । ଛତିଶଗଡ ଦନ୍ତେୱାଡାରେ ଦେଖିବାକୁ ମିଳିଛି ଏହି ଘଟଣା ।

ନଦୀ ପାର ହୋଇ ପହଞ୍ଚିଥିଲା ଆମ୍ବୁଲାନ୍ସ, ବଞ୍ଚାଇଲା 50 ବର୍ଷୀୟା ବୃଦ୍ଧାଙ୍କ ଜୀବନ
ନଦୀ ପାର ହୋଇ ପହଞ୍ଚିଥିଲା ଆମ୍ବୁଲାନ୍ସ, ବଞ୍ଚାଇଲା 50 ବର୍ଷୀୟା ବୃଦ୍ଧାଙ୍କ ଜୀବନ

By

Published : Feb 15, 2021, 2:58 PM IST

ରାୟପୁର: ନକ୍ସଲ ପ୍ରଭାବିତ ଅଞ୍ଚଳରେ ଠିକ୍ ସମୟରେ ପହଞ୍ଚି ରୋଗୀଙ୍କ ଜୀବନ ବଞ୍ଚାଇଲା ଆମ୍ବୁଲାନ୍ସ । ଛତିଶଗଡ ଦନ୍ତେୱାଡାରେ ଦେଖିବାକୁ ମିଳିଛି ଏହି ଘଟଣା । ଉକ୍ତ ସ୍ଥାନରେ ରାସ୍ତା ଘାଟର ଉଚିତ ସୁବିଧା ନଥିବା ସତ୍ତ୍ବେ ବି ନାନା ବାଧାବିଘ୍ନକୁ ଅତିକ୍ରମ କରି ପହଞ୍ଚିଥିଲା ଆମ୍ବୁଲାନ୍ସ । ଆଉ 50 ବର୍ଷୀୟ ଫାଗନି ବାଇ ନାମକ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଥିଲା । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ଉକ୍ତ ଅଞ୍ଚଳରେ ସଡ଼କ ଓ ବ୍ରିଜ ନଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ଡାକ୍ତରଖାନା ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଆମ୍ବୁଲାନ୍ସକୁ ନଦୀ ଓ କଠିନ ରାସ୍ତା ଦେଇ ଯିବାକୁ ପଡିଥିଲା କିନ୍ତୁ ଠିକ୍ ସମୟରେ ଗାଁରେ ପହଞ୍ଚିବାରେ ସଫଳ ହୋଇଥିଲା। ଡାକ୍ତରୀ ଟିମ୍‌ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିଥିଲେ । ଫଳରେ ଫାଗନି ବାଇଙ୍କ ଚିକିତ୍ସା ସମ୍ଭବ ହୋଇପାରିଥିଲା ।

ତେବେ ଦାନ୍ତେୱାଡା ଗ୍ରାମବାସୀ ଇଟିଭି ଭରତଙ୍କୁ କହିଛନ୍ତି ଯେ, ଖରାଦିନେ ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରେ । ପୂର୍ବରୁ ଥରେ 2020 ମସିହାରେ ଗାଁକୁ ଡାକ୍ତରୀ ଦଳ ଆସିଥିଲେ । ଆମେ ବାଇକ କିମ୍ବା ସାଇକେଲରେ 10 କିମି ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚି ଥାଉ । ହେଲେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ABOUT THE AUTHOR

...view details