ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ଛତରପୁର DIG: ମିଟିଂ ପାଇଁ 2 ଘଣ୍ଟାରେ ଦୌଡିଲେ 20 କିମି - ମଧ୍ୟପ୍ରଦେଶ ଖବର

ସୁସ୍ଥ ରହିବାକୁ ହେଲେ ନିୟମିତ ବାୟ୍ୟାମ କରିବାକୁ ପଡିବ । ସାଧାରଣ ଲୋକଙ୍କଠୁ ନେଇ ପୋଲିସ ଅଧିକାରୀଙ୍କୁ ଏମିତି କିଛି ପ୍ରେରଣା ଦେଇଛନ୍ତି ମଧ୍ୟପ୍ରଦେଶ ଛତରପୁର ଡିଆଜି ବିବେକ ରାଜ ସିଂ । ଅଧିକ ପଢନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ବାୟ୍ୟାମ କରି ଚର୍ଚ୍ଚାରେ ଛତରପୁର DIG
ବ୍ୟସ୍ତ ବହୁଳ ଜୀବନରେ ବାୟ୍ୟାମ କରି ଚର୍ଚ୍ଚାରେ ଛତରପୁର DIG

By

Published : Apr 29, 2022, 12:01 PM IST

Updated : Apr 29, 2022, 12:20 PM IST

ଭୋପାଳ: ସ୍ବାସ୍ଥ୍ୟ ହିଁ ସମ୍ପଦ । ଜୀବନ ଜଞ୍ଜାଳ ଭିତରେ ସୁସ୍ଥ ରହିବାକୁ ହେଲେ ବ୍ୟାୟାମ ନାହାତି ଆବଶ୍ୟକ । ସୁସ୍ଥ ରହିବାକୁ ହେଲେ ନିୟମିତ ବ୍ୟାୟାମ କରିବାକୁ ପଡିବ । ସାଧାରଣ ଲୋକଙ୍କଠୁ ନେଇ ପୋଲିସ ଅଧିକାରୀଙ୍କୁ ଏମିତି କିଛି ପ୍ରେରଣା ଦେଇଛନ୍ତି ମଧ୍ୟପ୍ରଦେଶ ଛତରପୁର ଡିଆଜି ବିବେକ ରାଜ ସିଂ । ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିଲେ ସେ ରାସ୍ତାରେ ଦୌଡୁଥିବା ନଜର ଆସିଛନ୍ତି ।

ଚର୍ଚ୍ଚାରେ ଛତରପୁର DIG

2 ଘଣ୍ଟାରେ ଦୌଡିଲେ 20କିମି...

ଡିଆଜି ବିବେକ ରାଜ ସିଂ ତାଙ୍କର ଏକ ମିଟିଂରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ପାନ୍ନା ଜିଲ୍ଲାର ସୀମାରେ ଥିବା ମାଡଲା କେନ୍ ନଦୀ ପାଖରେ ପହଞ୍ଚିବା ମାତ୍ରେ ନିଜ ଗାଡିରୁ ଓହ୍ଲାଇ ଦୌଡିବାକୁ ଲାଗିଲେ । 2 ଘଣ୍ଟାରେ ପ୍ରାୟ 21 କିଲୋମିଟର ଦୌଡ଼ିବା ପରେ ଡିଜି ବିବେକ ରାଜ ସିଂ ପାନ୍ନାରେ ପହଞ୍ଚିଥିଲେ ।

ଏହି ଉପାୟରେ ସେ ନିଜ ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା ଏବଂ ଚାପମୁକ୍ତ ରହିବା ପାଇଁ ବ୍ୟାୟାମ ପାଇଁ ସମୟ ଦେଇଥାନ୍ତି । ଡିଜିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକମାନେ ଉଚ୍ଚ ପ୍ରଶଂସା କରୁଛନ୍ତି । ଏନେଇ ଡିଆଜି ବିବେକ ରାଜ ସିଂ କହିଛନ୍ତି ଯେ ସେ ନିଜ ବ୍ୟସ୍ତବହୁଳ ସମୟ ମଧ୍ୟରେ ମଧ୍ୟ ଫିଟନେସକୁ ବିଶେଷ ଗୁରୁତ୍ବ ଦିଅନ୍ତି । ଯେତେ ବ୍ୟସ୍ତ ହୁଅନ୍ତୁ ନା କାହିଁକି, ବ୍ୟାୟାମ ପାଇଁ ସମୟ ଦିଅନ୍ତୁ । ଏହା କରିବା ଦ୍ବାରା ମସ୍ତିଷ୍କ ମଧ୍ୟ ସର୍ବଦା ସକ୍ରିୟ ରହିଥାଏ । ସେ ପ୍ରତିଦିନ ବ୍ୟାୟାମ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2022, 12:20 PM IST

ABOUT THE AUTHOR

...view details