ଓଡିଶା

odisha

By

Published : Dec 26, 2020, 4:36 PM IST

ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ, ଜଣେ ଗିରଫ

ଚେନ୍ନାଇ ଅନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଆଇନ ବିଦେଶୀ ମୁଦ୍ରା ଜବତ । ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କ ନିକଟରୁ ଏହି ବିଦେଶୀ ମୁଦ୍ରା ଜବତ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ
ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ

ନୂଆଦିଲ୍ଲୀ: ଅନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଆଇନ ବିଦେଶୀ ମୁଦ୍ରା ଜବତ ହୋଇଛି । ବିମାନବନ୍ଦରରେ ଚେନ୍ନାଇ କଷ୍ଟମ ଅଧିକାରୀମାନେ ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କୁ ବିଦେଶୀ ମୁଦ୍ରା ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି । ଏଥିସହ କଷ୍ଟମ ଅଧିକାରୀମାନେ ତାଙ୍କ ନିକଟରୁ ସାଢେ ସାତ ଲକ୍ଷରୁ ଅଧିକ ମୂଲ୍ୟର ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛନ୍ତି ।

ଦିଲ୍ଲୀ କଷ୍ଟମ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଏକ୍ସ-ରେ ମେସିନରେ ବ୍ୟାଗ ଯାଞ୍ଚ କରାଯିବା ସମୟରେ ବ୍ୟାଗରେ କିଛି ବେଆଇନ ଜିନିଷ ଥିବା କଷ୍ଟମ ଅଧିକାରୀମାନେ ସନ୍ଦେହ କରିଥିଲେ । ଯେତେବେଳେ କଷ୍ଚମ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ ସେଥିରୁ 6 ହଜାର 600ଟି ୟୁରୋ ଏବଂ 2 ହଜାର ପାଉଣ୍ଡ ବେଆଇନ ବିଦେଶୀ ମୁଦ୍ରା ପାଇଥିଲେ ।

ଅନ୍ୟପଟେ କଷ୍ଟମ ବିଭାଗ କର୍ମଚାରୀମାନେ ଯାତ୍ରୀଙ୍କୁ ଏନେଇ ପଚରା ଉଚରା କରିଥିଲେ ମଧ୍ୟ ଯାତ୍ରୀ ଜଣକ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ତେବେ କଷ୍ଟମ ଆକ୍ଟ ଅନୁଯାୟୀ ଯାତ୍ରୀଙ୍କ ନିକଟରୁ ବିଦେଶୀ ମୁଦ୍ରା ଜବତ କରିଛି ଅନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର କଷ୍ଟମ ବିଭାଗ । ସେପଟେ ଖବର ଲେଖାହେବା ସୁଦ୍ଧା ସମ୍ପୃକ୍ତ ଯାତ୍ରୀଙ୍କୁ ପଚରାଉଚରା ଜାରି ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details