ମୁମ୍ବାଇ:ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଣ୍ଟି ନାର୍କୋଟିକ୍ସ ସେଲକୁ ମିଳିଛି ବଡ ସଫଳତା । ପାଲଘର ଜିଲ୍ଲା ନାଲାସୋପୋରା (Nalasopara)ରୁ ବିପୁଳ ପରିମାଣର ମେଫେଡ୍ରୋନ (ନିଶା ଔଷଧ ବା ଡ୍ରଗ୍ସ) ଜବତ କରାଯାଇଛି । ଜବତ ମେଫେଡ୍ରୋନର ମୂଲ୍ୟ 1,400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।
ପାଲଘରରୁ 1400 କୋଟିର ଡ୍ରଗ୍ସ ଜବତ - ପାଲଘରରୁ ମେଫେଡ୍ରୋନ ଡ୍ରଗ୍ସ ଜବତ
ମହାରାଷ୍ଟ୍ରର ଦିନକୁ ଦିନ ବଢିବାରେ ଲାଗଛି ମେଫେଡ୍ରୋନ(ନିଶା ଔଷଧ ବା ଡ୍ରଗ୍ସ)ର କାରବାର । ପାଲଘର ଜିଲ୍ଲାରୁ ୭୦୦ କେଜିରୁ ଅଧିକ ମେଫେଡ୍ରୋନ ଜବତ । ୫ ଜଣଙ୍କୁ ଗିରଫ କଲା ନାର୍କୋଟିକ୍ସ ସେଲ୍ । ଅଧିକ ପଢନ୍ତୁ

ସୂଚନା ଅନୁସାରେ,ପାଲଘର ଜିଲ୍ଲା ନାଲାସୋପୋରା ଅଞ୍ଚଳରେ ଥିବା ଏକ ଔଷଧ ତିଆରୀ କମ୍ପାନୀରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିଲା ମେଫେଡ୍ରୋନ । ବିଶେଷ ସୂତ୍ରରୁ ଖବର ପାଇଁ କମ୍ପାନୀ ଉପରେ ରେଡ ମାରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି ନାର୍କୋଟିକ୍ସ ସେଲ । ଘଟଣାସ୍ଥଳରୁ ୭୦୦ କେଜିରୁ ଅଧିକ ମେଫେଡ୍ରୋନ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ 1,400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ନାଲାସୋପୋରାରୁ ଧରାଯାଇଥିଲା । ମେଫେଡ୍ରୋନକୁ ନ୍ୟାସନାଲ ନାରକୋର୍ଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ପଦାର୍ଥ (Psychotropic Substances) ଅଧିନିୟମ ଦ୍ବାରା ବ୍ୟାନ କରାଯାଇଛି । ତେବେ ମେଫେଡ୍ରୋନକୁ ସାଧାରଣତଃ ମେଓ ମେଓ ବା ଏମଡି (meow meow or MD) ନାମରେ ମଧ୍ୟ ଜଣାଶୁଣା ।