ଜୟପୁର:ଆମାଜନ ଡେଲିଭରୀ ସଂସ୍ଥା ଡ୍ରାଇଭରଙ୍କ ନାମରେ ଠକେଇ ଅଭିଯୋଗ । ରାଜସ୍ଥାନର ଜୟପୁର ଆମାଜନ ପାର୍ସଲ ଡେଲିଭରୀ ସଂସ୍ଥାର ଡ୍ରାଇଭର 46 ଲକ୍ଷ ଟଙ୍କାର ଠକେଇ କରିଥିବା ଜାଣିବାକୁ ମିଳିଛି । ଦୁଇ ଡ୍ରାଇଭର ମିଶି ସିଲ ହୋଇଥିବା ପ୍ୟାକେଟରୁ 37ଟି ଆଇଫୋନ କାଢ଼ି ଡମି ଫୋନ ଭର୍ତ୍ତି କରିଥିଲେ । ଏହି ପରିପ୍ରେକ୍ଷୀରେ ଆମାଜନ କମ୍ପାନୀର କର୍ମଚାରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ମାମଲାର ଯାଞ୍ଚ କରୁଥିବା ଏଏସଆଇ ରାମକରଣ ଗୁର୍ଜର କହିଛନ୍ତି, ଗତ 7 ତାରିଖରେ 37ଟି ଆଇଫୋନ ପାଇଁ ଅନଲାଇନ ଅର୍ଡର ଆସିଥିଲା। ଯାହାପରେ କମ୍ପାନୀ ସେସବୁ ପ୍ୟାକ କରି ଡେଲିଭରୀ ପାଇଁ ପଠାଇ ଦେଇଥିଲା । ଗତ 9 ତାରିଖରେ ସମସ୍ତ ଅର୍ଡର ଏକାସାଙ୍ଗରେ କ୍ୟାନସେଲ ହୋଇଗଲା । ବିତରଣ ସଂସ୍ଥାରେ ଡ୍ରାଇଭର ଥିବା ରାଜୁ ଓ ଅମର ସିଂ ପୁନଃ ସେହି ପାର୍ସଲ ଗୁଡ଼ିକୁ ଆଇଫୋନ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ପାର୍ସଲର ଯାଞ୍ଚ ପରେ ଜଣାପଡ଼ିଲା ଯେ, ସମସ୍ତ ସିଲ ଖୋଲାଯାଇଛି ଏବଂ ଆଇଫୋନ ବଦଳରେ ଡମି ଫୋନ ରଖାଯାଇଛି । ଏଥିସହ ସେଥିରେ କୌଣସି ଆସେସୋରିଜ ମଧ୍ୟ ନଥିଲା।