ଓଡିଶା

odisha

By

Published : Jul 3, 2021, 6:44 PM IST

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିଲା AAP, ପାଣିମାଡ କଲା ପୋଲିସ

ପଞ୍ଜାବରେ ବିଦ୍ୟୁତ ସଂକଟକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବାସଭବନକୁ ଘେରାଉ କରିଛନ୍ତି ଆମ ଆଦମୀ ପାର୍ଟି କର୍ମକର୍ତ୍ତା । ଅଧିକ ପଢନ୍ତୁ...

CHD AAP PROTEST
ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିଲା AAP, ଆନ୍ଦୋଳନକାରୀଙ୍କ ଉପରେ ପାଣି ପ୍ରୟୋଗ କଲା ପୋଲିସ

ଚଣ୍ଡିଗଡ: ପଞ୍ଜାବରେ ବିଦ୍ୟୁତ ସଂକଟକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ପଞ୍ଜାବରେ ବିଦ୍ୟୁତ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବାସଭବନକୁ ଘେରାଉ କରିଛନ୍ତି ଆମ ଆଦମୀ ପାର୍ଟି କର୍ମକର୍ତ୍ତା । ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପାଣିମାଡ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିଲା AAP, ଆନ୍ଦୋଳନକାରୀଙ୍କ ଉପରେ ପାଣି ପ୍ରୟୋଗ କଲା ପୋଲିସ

ରାଜ୍ୟରେ ଦିନକୁ ଦିନ ବିଦ୍ୟୁତ ସଂକଟ ବୃଦ୍ଧି ପାଇବାରେ ଲାଗିଛି । ଆଜି ପଞ୍ଜାବରେ ଆପ କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବାସଭବନକୁ ଘେରାଉ କରିଛନ୍ତି । ରାଜ୍ୟରେ ଲୋକଙ୍କୁ ବିଦ୍ୟୁତ ଠିକ ପରିମାଣରେ ମିଳୁନାହିଁ । ରାଜ୍ୟରେ ବିଦ୍ୟୁତ ସମସ୍ୟା ସମାଧାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫର୍ମୁଲାକୁ ଆପଣାଇବା ସହ ଲୋକଙ୍କୁ ମାଗଣା ବିଦ୍ୟୁତ ପ୍ରଦାନ କରିବା ଦାବି କରିଛି । ଆପ ସାଂସଦ ଭଗବନ୍ତ ମାନ କହିଛନ୍ତି ଯେ ପଞାବରେ ସୁଖବୀର ସିଂ ବାଦଲଙ୍କ ସରକାରରେ ବିଦ୍ୟୁତ କମ୍ପାନୀଙ୍କ ସହ ଭୁଲ ବୁଝାମଣା କରିଥିଲେ । ରାଜ୍ୟରେ ତିନୋଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ 20 ହାଜର କୋଟି ଖର୍ଚ୍ଚ କରିଥିଲେ କିନ୍ତୁ ଲୋକଙ୍କୁ ବିଦ୍ୟୁତ ମିଳୁନାହିଁ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ମାଗଣା ବିଦ୍ୟୁତ ଦେଉଛନ୍ତି । ପଞ୍ଜାବରେ ମଧ୍ୟ ଏହା ହେବା ଆବଶ୍ୟକ । ଜନତା କେଜ୍ରିୱାଲଙ୍କ ଉପରେ ଭରସା କରେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସୁଖବୀର ସିଂ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ସାରା ପଞ୍ଜାବବାସୀ ଆଜି ସଡକରେ ପଡିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘରେ ବସିଛନ୍ତି ବୋଲି ଆପ ନେତା କହିଛନ୍ତି ।

ସୂଚନାଥାଉକି ରାଜ୍ୟରେ ବିଦ୍ୟୁତ ସବସିଡି ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ 9000 କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାକୁ ଆମ ଆଦମୀ ପାର୍ଟି ବିରୋଧ କରିଛି । ଦିଲ୍ଲୀରେ କେବଳ 1600 କୋଟି ଟଙ୍କା ବିଦ୍ୟୁତ ସବସିଡି ପାଇଁ ଖର୍ଚ୍ଚ କରାଯାଇ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଦିଆଯାଇଛି । ସୂଚନାଥାଉକି ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏହାକୁ ନଜରରେ ରଖି କଂଗ୍ରେସ ଆପ ଓ ଅକାଳୀ ଦଳ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details