ନୂଆଦିଲ୍ଲୀ: ବଢିଲା ଫୁଡ ବ୍ଲଗର ଗୌରବ ୱାସନଙ୍କ ଅଡୁଆ । ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ତାଙ୍କ ବିରୋଧରେ ଆଣିଥିବା ଅର୍ଥ ହେରଫେର ମାମଲାରେ ଖୁବଶିଘ୍ର ତାଙ୍କ ବିରୋଧରେ ପୋଲିସ କରିପାରେ ଚାର୍ଜସିଟ ଦାଖଲ । କାରଣ ଗତ 8 ମାସ ତଳେ ଗୌରବଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ ।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି କି, କାନ୍ତା ପ୍ରସାଦଙ୍କ ଭିଡିଓ ୟୁଟ୍ୟୁବରେ ସେୟାର କରିବା ପରେ କାନ୍ତାକୁ ଚାରିଆଡୁ ଛୁଟିଥିଲା ସହାୟତାର ସୁଅ । ଏପରିକି ତାଙ୍କୁ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଦାନ ମିଳିଥିଲା । କିନ୍ତୁ ଗୌରବ ସେ ଟଙ୍କା କାନ୍ତାଙ୍କୁ ଦେଇନଥିଲେ । ପରେ ମାମଲା ଥାନାରେ ପହଞ୍ଚିବା ପରେ ଟଙ୍କା ଦେଇଥିଲେ ଗୌରବ ।