ଓଡିଶା

odisha

ETV Bharat / bharat

Chardham Yatra: 27 ଦିନରେ ଗଲାଣି 102 ତୀର୍ଥଯାତ୍ରୀଙ୍କ ଜୀବନ

ଚାରଧାମ ଯାତ୍ରାରେ ରବିବାର ଦିନ ଆଉ ତିନି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ମୋଟ ମୃତ୍ୟୁ ସଂଖ୍ୟା ୧୦୨ରେ ପହଞ୍ଚିଛି । ଅଧିକ ପଢନ୍ତୁ

Chardham Yatra:ଚାରଧାମ ଯାତ୍ରା ହେଉଛି ତିର୍ଥଯାତ୍ରୀଙ୍କ ଶେଷ ଯାତ୍ରା ! ଗଲାଣି ୧୦୨ ଜୀବନ
Chardham Yatra:ଚାରଧାମ ଯାତ୍ରା ହେଉଛି ତିର୍ଥଯାତ୍ରୀଙ୍କ ଶେଷ ଯାତ୍ରା ! ଗଲାଣି ୧୦୨ ଜୀବନ

By

Published : May 30, 2022, 10:17 AM IST

ଡେରାଡୁନ: କାଳ ପାଲଟିଛି ତୀର୍ଥଯାତ୍ରା । ଚାରଧାମ ଯାତ୍ରା ହେଉଛି ତୀର୍ଥଯାତ୍ରୀଙ୍କ ଶେଷ ଯାତ୍ରା ! ରବିବାର ଦିନ ଆଉ ତିନି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ମୋଟ ମୃତ୍ୟୁ ସଂଖ୍ୟା ୧୦୨ରେ ପହଞ୍ଚିଛି । ଅମ୍ଲଜାନ ଅଭାବ ସାଙ୍ଗକୁ ପ୍ରବଳ ଥଣ୍ତା ଓ ହୃଦଘାତରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେବେ,କେବଳ କେଦାରନାଥରେ ସର୍ବାଧିକ ୫୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମେ 3 ତାରିଖରୁ ଚାରିଧାମ ଯାତ୍ରା(Chardham Yatra) ଆରମ୍ଭ ହୋଇଥିଲା । ତେବେ ଯାତ୍ରାର ୨୭ ଦିନ ମଧ୍ୟରେ ୧୦୨ ଜଣଙ୍କ ଜୀବନ ଯାଇଛି । ତେବେ ତୀର୍ଥଯାତ୍ରାଙ୍କ ସୁରକ୍ଷା ନିମନ୍ତେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ହେଲଥ ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସମସ୍ୟା ଦେଖାଦେଉଛି ସେମାନଙ୍କୁ ସେମାନଙ୍କୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯିବା ସହ ମେଡିକାଲ କ୍ୟାମ୍ପକୁ ପଠାଯାଉଛି ।

ଏପର୍ଯ୍ୟନ୍ତ 50 ବର୍ଷରୁ ଉର୍ଦ୍ଧ୍ବ 5500ରୁ ଅଧିକ ଲୋକଙ୍କ ହେଲଥ୍ ସ୍କ୍ରିନିଂ କରାଯାଇଛି ଏବଂ ଓପିଡି(Outpatient Department)କୁ 57 ହଜାର ଯାତ୍ରୀଙ୍କୁ ପଠାଯାଇଛି । ସେପେଟେ, ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହାତକୁ ନିଆଯାଇଛି। ଚାରଧାମ ଯାତ୍ରା ରାସ୍ତା ଗୁଡିକରେ ମଡିକାଲ କ୍ୟାମ୍ପ କରାଯାଇଥିବା ବେଳେ ପଯ୍ୟାପ୍ତ ପରିମାଣର ଔଷଧ,ଡାକ୍ତରୀ ଟିମ ଓ ଅମ୍ଲଜାନ ଅଭାବ ଏଡେଇବାକୁ ସିଲିଣ୍ତର ଗଚ୍ଛିତ ରଖାଯାଇଛି । ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି । ତେବେ, ଏପର୍ଯ୍ୟନ୍ତ କେଦାରନାଥରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଦ୍ରିନାଥରେ ୧୯, ଯମୁନେତ୍ରୀରେ ୨୬ ଓ ଗଙ୍ଗୋତ୍ରିରେ ୭ ଜଣ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details