ଚଣ୍ଡିଗଡ: ପଞ୍ଜାବର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି। ଚଣ୍ଡିଗଡ ରାଜଭବନରେ ଶପଥ ସମାରୋହ ଆୟୋଜିତ ହୋଇଥିବାବେଳେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସୁନୀଲ ଜାଖର, ନବଜୋତ ସିଂ ସିଦ୍ଧୁ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ସେହିପରି ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଏବଂ ଓପି ସୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
ଶପଥ ନେଲେ ପଞ୍ଜାବର ନୂଆ କିଙ୍ଗ ଚରଣଜିତ ସିଂ ଚନ୍ନି - ମୁଖ୍ୟମନ୍ତ୍ରୀ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି । ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଏବଂ ଓପି ସୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...
![ଶପଥ ନେଲେ ପଞ୍ଜାବର ନୂଆ କିଙ୍ଗ ଚରଣଜିତ ସିଂ ଚନ୍ନି ପଞ୍ଜାବର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନୀ](https://etvbharatimages.akamaized.net/etvbharat/prod-images/768-512-13115810-thumbnail-3x2-u.jpeg)
ତେବେ ଗତ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଗତକାଲି ବିଧାୟକ ଦଳ ବୈଠକ ବସିଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଅନେକ ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସର୍ବପ୍ରଥମେ ରାହୁଲ ଗାନ୍ଧୀଙ୍କ ନିକଟତର ସୁନୀଲ ଜାଖଡଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ ହାଇକମାଣ୍ଡ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାର କଥା କହିଥିଲେ । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଅମ୍ବିକା । ପରେ ସୁଖଜିନ୍ଦର ରନ୍ଧାୱାଙ୍କ ନାଁରେ କଂଗ୍ରେସ ହାଇକମାଣ୍ଡଙ୍କ ମୋହର ବାଜିଥିବା ସୂତ୍ରରୁ ସୂଚନା ମିଳିଥିଲା । ହେଲେ ସମସ୍ତ ସସପେନ୍ସ ଉପରୁ ପରଦା ହଟାଇ ଚରଣଜୀତ ସିଂହ ଚନ୍ନି ହୋଇଛନ୍ତି ପଞ୍ଜାବର ନୂଆ ସର୍ଦାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ