ଲକ୍ଷ୍ନୌ:କଡା ସୁରକ୍ଷା ମଧ୍ୟରେ ବାହୁବଳୀ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀକୁ ଉତ୍ତରପ୍ରଦେଶର ବାନ୍ଦା ଜେଲରୁ ଲକ୍ଷ୍ନୌ କୋର୍ଟରେ ହାଜର କରାଯାଇଛି । ବ୍ୟବସ୍ଥିତ ଭାବେ ଅନସାରୀକୁ କୋର୍ଟରେ ହାଜର କରିବା ପାଇଁ ଜେଲ କର୍ତ୍ତୃପକ୍ଷ ଓ ବାନ୍ଦା ଜିଲ୍ଲା ପ୍ରଶାସନକୁ ବେଶ କିଛି ପ୍ରସ୍ତୁତି କରିବାକୁ ପଡିଥିଲା ।
ଆଜି ସକାଳୁ ଅନସାରୀକୁ ଲକ୍ଷ୍ନୌ ଅଭିମୁଖେ ଆଣିବାକୁ ଥିବାବେଳେ ଗତକାଲି ରାତିରେ ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଥିଲେ । ବ୍ୟବସ୍ଥାର ତଦାରଖ ଲାଗି ଜିଲ୍ଲାପାଳ ଓ ଏସପି ମଧ୍ୟ ରାତିରେ ବାନ୍ଦା ଜେଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ତେବେ ସମସ୍ତ ପ୍ରସ୍ତୁତି ପରେ ଆଜି ସକାଳ ପ୍ରାୟ ୭.୩୦ ରେ ଅନସାରୀକୁ କଡା ସୁରକ୍ଷା ମଧ୍ୟରେ ଏକ ଆମ୍ବୁଲାନ୍ସରେ ଲକ୍ଷ୍ନୌ ଅଭିମୁଖେ ଅଣାଯାଇଥିଲା । ଅନ୍ଯପଟେ ଅନସାରୀର ପୁଅ ଅବ୍ବାସ ଅନସାରୀ ସାମାଜିକ ଗଣମାଧ୍ୟମରେ ପୋଲିସ ଅବ୍ଯସ୍ଥା ନେଇ ଅଭିଯୋଗ ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି ।
ତେବେ ସମସ୍ତ ପ୍ରସ୍ତୁତି ପରେ ସକାଳ ପ୍ରାୟ ୭.୩୦ରେ ଲକ୍ଷ୍ନୌ ଅଭିମୁଖେ ଅନସାରୀକୁ ଆଣାଯାଇଥିଲା । ଅନସାରୀ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବହାର ହୋଇଥିବା ବେଳେ ସାଥିରେ ଏକ ଗାଡିରେ ସଶସ୍ତ୍ର ସୁରକ୍ଷାକର୍ମୀ ମଧ୍ୟ ଥିଲେ । ହେଲେ ବାଟରେ ସୁରକ୍ଷାକର୍ମୀଙ୍କ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସକୁ ସୂଚନା ମିଳିବା ପରେ ଏକ ମେକାନିନକୁ ଡକାଯାଇ ଗାଡି ସଜାଡିଥିଲା ପୋଲିସ । ପରେ ଅନସାରୀକୁ ଲକ୍ଷ୍ନୌ ଅଭିମୁଖେ ଅଣାଯାଇଛି । ଲକ୍ଷ୍ନୌର ଏମମି ଏମଏଲଏ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ବାନ୍ଦା ଜେଲକୁ ପଠାଯାଇଛି ।