ଚଣ୍ଡିଗଡ: ଚନ୍ନିଙ୍କ ବିବାଦୀୟ ବୟାନ । ଉତ୍ତରପ୍ରଦେଶ-ବିହାରବାସୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ବିବାଦରେ ମୁଖ୍ୟମନ୍ତ୍ରୀ ଚନ୍ନି । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ରୋଡ ଶୋ ସମୟରେ ଚନ୍ନି ଆମ ଆଦମୀ ପାର୍ଟି ଏବଂ ବିଜେପିକୁ ଟାର୍ଗେଟ କରିଥିଲେ । କହିଥିଲେ, ୟୁପି, ବିହାର ଦିଲ୍ଲୀର ଭେୟା(ଭାଇ)ଙ୍କୁ ପଞ୍ଜାବରେ ପଶିବାକୁ ଦେବୁନି କି ଏଠାରେ ଶାସନ କରିବାକୁ ଦେବୁନାହିଁ । ଚନ୍ନିଙ୍କ ଏହି ବୟାନ ସମୟରେ ପ୍ରିୟଙ୍କା ମଧ୍ୟ ତାଙ୍କ ନିକଟରେ ଥିଲେ । ଏପରିକି ସେ ତାଳି ମାରିଥିବା ମଧ୍ୟ ଦେଖାଯାଇଛି ।
ପଞ୍ଜାବରେ ୟୁପି-ବିହାର ଭାଇଙ୍କୁ ପୁରାଇ ଦେବୁନି କହିଲେ ଚନ୍ନି, ତାଳି ମାରିଲେ ପ୍ରିୟଙ୍କା - ପଞ୍ଜାବରେ ୟୁପି ବିହାର ଭାଇକୁ ପଶିବାକୁ ଦେବୁନି
ଉତ୍ତରପ୍ରଦେଶ-ବିହାରବାସୀଙ୍କ ଉପରେ ଚନ୍ନିଙ୍କ ବିବାଦୀୟ ବୟାନ । ୟୁପି, ବିହାର ଦିଲ୍ଲୀର ଭେୟା(ଭାଇ)ଙ୍କୁ ପଞ୍ଜାବରେ ପଶିବାକୁ ଦେବୁନି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ
ଚନ୍ନି ଏହି ମନ୍ତବ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଦେଇଛନ୍ତି । କାରଣ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ୍ ସୁପ୍ରିମୋ କେଜ୍ରିୱାଲ ଜୋରଦାର ପ୍ରଚାର କରୁଛନ୍ତି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ଏହାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଅତ୍ୟନ୍ତ ଲଜ୍ଜାଜନକ । କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ସମ୍ପ୍ରଦାୟକୁ ଏପରି ଟାର୍ଗେଟ କରିବାକୁ ଆମେ ନିନ୍ଦା କରୁଛୁ ବୋଲି କେଜ୍ରିୱାଲ କହିଛନ୍ତି ।
ସେପଟେ ଘଟଣାକୁ ନେଇ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶର ଅଟନ୍ତି । ଏହି ଦୃଷ୍ଟିରୁ ସେ ମଧ୍ୟ ଚନ୍ନିଙ୍କ ସେହି 'ଭେୟା'(ଭାଇ) ବୋଲି କହିଛନ୍ତି କେଜ୍ରିୱାଲ । ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ମଧ୍ୟ କଂଗ୍ରେସକୁ ଘେରିଛନ୍ତି । ତେଜସ୍ବୀ ଚନ୍ନିଙ୍କ ରୋଡଶୋର ଭିଡିଓ ସେୟାର କରି କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ନିଜକୁ ୟୁପିର ଝିଅ କହୁଛନ୍ତି । କିନ୍ତୁ ୟୁପି ଓ ବିହାରବାସୀଙ୍କ ଅପମାନ ହେଉଥିବା ବେଳେ ସେ ତାଳି ମାରିବା ତାଙ୍କ ଦୋମୁଖୀ ଚେହେରାକୁ ଦର୍ଶାଉଛି ।