ଓଡିଶା

odisha

ETV Bharat / bharat

ଡିଏମକେ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ଘଟଣା: ଲିଗାଲ ନୋଟିସ ପଠାଇଲେ କଂଗ୍ରେସ ନେତା

Chandrika Yadav Sent Notice To DMK MP Dayanidhi Maran : ଡିଏମକେ ସାଂସଦ ଦୟାନିଧି ମାରନଙ୍କ ବିବାଦୀୟ ମନ୍ତବ୍ୟ ଘଟଣାରେ ଲିଗାଲ ନୋଟିସ ପଠାଇଲେ ବିହାର କଂଗ୍ରେସ ନେତା । 15 ଦିନ ମଧ୍ୟରେ କ୍ଷମା ମାଗିବାକୁ ଦାବି । ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଡିଏମକେ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ଘଟଣା: ଲିଗାଲ ନୋଟିସ ପଠାଇଲେ କଂଗ୍ରେସ ନେତ୍ରୀ
ଡିଏମକେ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ଘଟଣା: ଲିଗାଲ ନୋଟିସ ପଠାଇଲେ କଂଗ୍ରେସ ନେତ୍ରୀ

By ETV Bharat Odisha Team

Published : Dec 25, 2023, 10:22 PM IST

ପାଟନା:ବିହାର ଓ ଉତ୍ତର ପ୍ରଦେଶର ଲୋକମାନଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ମାମଲାରେ ଡିଏମକେ ସାଂସଦ ଦୟାନିଧି ମାରାନଙ୍କ ଅଡୁଆ ବଢିବାକୁ ଯାଉଛି । ବିହାର କଂଗ୍ରେସ ନେତା ଚନ୍ଦ୍ରିକା ପ୍ରସାଦ ଯାଦବ ସାଂସଦ ମାରନଙ୍କୁ ଏକ ଲିଗାଲ ନୋଟିସ ପଠାଇଛନ୍ତି । ଏପରି ମନ୍ତବ୍ୟ ବିହାର ଓ ଉତ୍ତର ପ୍ରଦେଶବାସୀଙ୍କୁ ମର୍ମାହତ କରିଛି । ଯଦି ମାରନ ନିଜ ମନ୍ତବ୍ୟକୁ ନେଇ 15 ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ବାଧ୍ୟ ହୋଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ବିଚାର କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ଲିଗାଲ ନୋଟିସ ପଠାଇଥିବା କଂଗ୍ରେସ ନେତା ତଥା ରାଜ୍ୟରେ ଦଳର ପଲିଟିକାଲ ଆଫାଏର୍ସ କମିଟିର ସଦସ୍ୟ ଚନ୍ଦ୍ରିକା ଯାଦବ କହିଛନ୍ତି ଯେ, ସାଂସଦ ଦୟାନିଧି ବୋଧହୁଏ ଜାଣି ନାହାଁନ୍ତି ଯେ ତାଙ୍କ ରାଜ୍ୟର ଅନେକ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ବିହାର ଏବଂ ଉତ୍ତର ପ୍ରଦେଶରୁ ରହିଛନ୍ତି । ଏପରିକି ପୋଲିସ ବିଭାଗର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ବିହାରର ଲୋକମାନେ ସେଠାରେ ସେବା କରିଛନ୍ତି । ଏହା କେବଳ ତାମିଲନାଡୁ ପାଇଁ ନୁହେଁ, ବରଂ ସମଗ୍ର ଭାରତ ପାଇଁ । ଯଦି ସେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତି, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ ।

ନିକଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦୟାନିଧି ବିହାର ଓ ଉତ୍ତର ଭାରତୀୟଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ବିହାରର ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କରନ୍ତି ବୋଲି ସେ କହିଥିବା ଅଭିଯୋଗ ହୋଇଥିଲା । ହେଲେ ଭାଇରାଲ ହେଉଥିବା ସାଂସଦ ଦାୟିନିଧିଙ୍କ ଏହି ଭିଡିଓକୁ ଏକ ପୁରୁଣା ଭିଡିଓ ବୋଲି ତାଙ୍କ ଦଳ ଡିଏମକେ କହିଥିଲା । ଏହାକୁ ଏବେ ଭାରତୀୟ ଜନତା ପାର୍ଟି ଦ୍ବାରା ଭାଇରାଲ କରାଯାଉଥିବା ଅଭିଯୋଗ କରିଥିଲା ଡିଏମକେ ।

ଏହା ମଧ୍ୟ ପଢନ୍ତୁ :- DMK ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଂସଦ ଦୟାନିଧି ତାମିଲ ଭାଷାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା । ସେ ନିଯୁକ୍ତି ପ୍ରସଙ୍ଗରେ ଉତ୍ତର ଓ ଦକ୍ଷିଣ ଭାରତକୁ ତୂଳନା କରିବାକୁ ପ୍ରୟାସ କରିବାକୁ ଯାଇ ଏପରି ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁର ଯୁବପିଢି ଇଂରାଜୀ ପଢୁଥିବାରୁ ସେମାନେ ଆଇଟି କମ୍ପାନୀ ଓ ଅନ୍ୟ ପ୍ରତିଷ୍ଠିତ ସଂସ୍ଥାରେ ଭଲ ବେତନରେ କାମ କରିବାର ଅବସର ପାଉଛନ୍ତି ।

ହେଲେ ହିନ୍ଦୀ ପଢ଼ୁଥିବା ବିହାରର ଯୁବକ ବିଲ୍ଡିଂ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି । ବିହାରୀ ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କାମରେ ନିୟୋଜିତ ହୋଉଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେପି ‘ଇଣ୍ଡିଆ’ ମେଣ୍ଟରେ ଡିଏମକେ ସହଯୋଗୀ ଥିବା କାରଣରୁ ସିଧା କଂଗ୍ରେସକୁ ଟାର୍ଗେଟ କରିଥିଲା । କଂଗ୍ରେସ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ମେଣ୍ଟର ସହଯୋଗୀ ଦଳର ନେତାଙ୍କ ଏପରି ହୀନ ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details