ଓଡିଶା

odisha

ETV Bharat / bharat

Soft Landing: 'ହେବନି କୌଣସି ଅସୁବିଧା, ଚନ୍ଦ୍ରଯାନ-୩କୁ ମିଳିବ ବିରାଟ ସଫଳତା' - ଇସ୍ରୋ ପୂର୍ବତନ ନିର୍ଦ୍ଦେଶକ କେ ଶିବନ

ସଫ୍ଟ ଲ୍ୟାଣ୍ଡିଂ ବେଳେ କୌଣସି ଅସୁବିଧା ହେବ ନାହିଁ । ଚନ୍ଦ୍ରଯାନ-୩କୁ ବିରାଟ ସଫଳତା ମିଳିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ କେ ଶିବନ । ଅଧିକ ପଢନ୍ତୁ

Chandrayaan 3 will be a grand success
Chandrayaan 3 will be a grand success

By

Published : Aug 21, 2023, 3:34 PM IST

Updated : Aug 21, 2023, 3:40 PM IST

Chandrayaan 3 will be a grand success

ବେଙ୍ଗାଲୁରୁ: ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩କୁ ମିଳିବ ବିରାଟ ସଫଳତା । ଚନ୍ଦ୍ରଯାନ-୨ ଭଳି କୌଣସି ଅସୁବିଧା ହେବ ନାହିଁ । ଆଉ ଦିନକ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଥିବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ କେ. ଶିବନ । ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଯେଉଁ ଆଶା ଆଶଙ୍କା ଦେଶବାସୀଙ୍କ ମନରେ ରହିଥିଲା ଆଜି ଶିବନଙ୍କ ଏହି ମନ୍ତବ୍ୟ ପରେ ତାହା ଏକପ୍ରକାର ଦୂର ହୋଇଛି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେ. ଶିବନ କହିଛନ୍ତି, "ଏହି ମୁହୂର୍ତ୍ତ ସମସ୍ତଙ୍କ ଲାଗି ଭୟ ବା ବିଚଳିତ କରିବା ପରି..ହେଲେ ମୁଁ ନିଶ୍ଚିତ ଯେ ଚନ୍ଦ୍ରଯାନ-୩ ବିରାଟ ସଫଳତା ଲାଭ କରିବ । ଚଳିତ ଥର ସଫ୍ଟ ଲ୍ୟାଣ୍ଡିଂ ଲାଗି ସମସ୍ତ ବ୍ୟବସ୍ଥା ହୋଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ତଥାପି ଏହା ଏକ ଜଟିଳ ପ୍ରକ୍ରିୟା ।" ଗଣମାଧ୍ୟମ ପ୍ରତିନିଧିମାନେ ଋଷର ଲୁନା-୨୫ ସ୍ପେଶକ୍ରାଫ୍ଟ କ୍ରାସ ହେବା ପରେ ଏହାର କୌଣସି ପ୍ରଭାବ ଚନ୍ଦ୍ରଯାନ-୩ ଉପରେ ପଡ଼ିବ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଏପରି କହିଛନ୍ତି ଶିବନ ।

ଏହା ବି ପଢନ୍ତୁ- Chandrayaan-3: ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବିକ୍ରମ ଲ୍ୟାଣ୍ଡର, ଲ୍ୟାଣ୍ଡିଂ ପୂର୍ବରୁ ପଠାଇଲା ଚନ୍ଦ୍ର ଫଟୋ

ଋଷର ମୁନ୍‌ ମିଶନ ଲୁନା-୨୫ ସ୍ପେଶକ୍ରାଫ୍ଟ ନିୟନ୍ତ୍ରଣ ହରାଇ ଅନ୍ୟ କକ୍ଷପଥକୁ ଚାଲିଯିବା ପରେ କ୍ରାସ ହୋଇଥିଲା । ଅବତରଣର ମାତ୍ର ୨୪ ଘଣ୍ଟା ପୂର୍ବରୁ ଏହା କ୍ରାସ ହୋଇଥିଲା । ଚଳିତ ମାସ ୧୧ ତାରିଖରେ ଋଷର ଏହି ମୁନ୍‌ ମିଶନ ଲଞ୍ଚ୍‌ ହୋଇଥିବା ବେଳେ ଆଜି (ଅଗଷ୍ଟ ୨୧) ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା । ମାତ୍ର ନିୟନ୍ତ୍ରଣ ହରାଇବା ପରେ ଏହି ସ୍ପେଶକ୍ରାଫ୍ଟ କ୍ରାସ ହୋଇଛି । ଲୁନା-୨୫ କ୍ରାସ ପରେ ଭାରତବାସୀଙ୍କ ମନରେ ସାମାନ୍ୟ ଭୟ ସୃଷ୍ଟି ହୋଇଥିବା ବେଳେ ଚନ୍ଦ୍ରଯାନ-୩ ସହିତ ସେପରି କୌଣସି ଅସୁବିଧା ଘଟିବ ନାହିଁ ବୋଲି ଶିବନ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- Chandrayaan-3: ଘୋଷଣା ହେଲା ସଫ୍ଟ ଲ୍ୟାଣ୍ଡିଂର ସମୟ ଓ ତାରିଖ

ଏ ନେଇ ଇସ୍ରୋ ପୂର୍ବତନ ନିର୍ଦ୍ଦେଶକ ଶିବନ କହିଛନ୍ତି, "ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଚନ୍ଦ୍ରଯାନ-୨ଠାରୁ ଚନ୍ଦ୍ରଯାନ-୩ ଡିଜାଇନରେ ଅନେକ ପରିବର୍ତ୍ତନ କରାଯାଇଛି । ଏଥିରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଓ ସାଇଣ୍ଟିଫିକ ଉପକରଣକୁ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଥିଲା । ଯାହାକି ଚନ୍ଦ୍ରଯାନ-୩ରେ କରାଯାଇଛି । ଚନ୍ଦ୍ରଯାନ-୨ର ବିଫଳତା ପରେ ଏହାର ସଫଳ ଅବତରଣ ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ସବୁ କିଛି ଉପକରଣ ସ୍ବଦେଶୀ ।"

ସୂଚନା ଥାଉ କି ଗତକାଲି (ରବିବାର) ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ନୂଆ ସମୟ ଘୋଷଣା କରିଥିଲା ଇସ୍ରୋ । ପୂର୍ବରୁ ୫ଟା ୪୫ ମିନିଟରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିବ ବୋଲି କୁହାଯାଉଥିବା ବେଳେ ଏହା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୦୪ ମିନିଟରେ ଅବତରଣ କରିବ । ଏ ନେଇ ଇସ୍ରୋ ୱେବସାଇଟ, ୟୁଟ୍ୟୁବ ଚ୍ୟାନେଲ ଓ ଅନ୍ୟାନ୍ୟ ଜାତୀୟ ଗଣମାଧ୍ୟମରେ ସିଧାପ୍ରସାରଣ କରାଯିବ । ଯଦି ଏହି ମିଶନ ସଫଳ ହୁଏ ତେବେ ଇତିହାସ ରଚିବ ଭାରତ । ୪ର୍ଥ ରାଷ୍ଟ୍ର ଭାବେ ମୁନ୍‌ ମିଶନରେ ସଫଳ ହେବ ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2023, 3:40 PM IST

ABOUT THE AUTHOR

...view details