ଓଡିଶା

odisha

ETV Bharat / bharat

Chandrayaan 3 Update: ବିକ୍ରମର ପ୍ରଥମ 3D ଫଟୋ ଜାରି କଲା ISRO - ଭାରତୀୟ ମହାକାଶ ଗବେଷଣା ସଂସ୍ଥା

ଲ୍ୟାଣ୍ଡର ‘ବିକ୍ରମ’ର ପ୍ରଥମ 3D ଫଟୋ ଜାରି କଲା ଇସ୍ରୋ । ଏବେ କାର୍ଯ୍ୟ ସମ୍ପାଦନ କରି ସ୍ଲିପମୋଡରେ ଉଭୟ ପ୍ରଜ୍ଞାନ ଓ ବିକ୍ରମ । ଅଧିକ ପଢନ୍ତୁ

Chandrayaan 3 update: ବିକ୍ରମ ପ୍ରଥମ 3ଡି ଫଟୋ ଜାରି କଲା ISRO
Chandrayaan 3 update: ବିକ୍ରମ ପ୍ରଥମ 3ଡି ଫଟୋ ଜାରି କଲା ISRO

By ETV Bharat Odisha Team

Published : Sep 5, 2023, 7:31 PM IST

ବେଙ୍ଗାଲୁରୁ:ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ ପ୍ରାୟତଃ ସଫଳତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିସାରିଛି । ଏବେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’ ସମସ୍ତ ଟାକ୍ସ ଶେଷ କରି ଚନ୍ଦ୍ରପୃଷ୍ଠରେ ସ୍ଲିପମୋଡରେ ରହଛନ୍ତି । ଉଭୟ ଯାନକୁ ଫୁଲ ଚାର୍ଜ କରି ରାଖାଯାଇଥିବା ବେଳେ 22 ତାରିଖରେ ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟାଲୋକ ପଡିଲେ, ଏହା କାର୍ଯ୍ୟକ୍ଷମ ରହିଛି କି ନାହିଁ ତାହା ସ୍ପଷ୍ଟ ହେବ । ଉଭୟ ଲ୍ୟାଣ୍ଡର ଓ ରୋଭର ପୁଣିଥରେ କାର୍ଯ୍ୟକ୍ଷମ ହେବା ନେଇ ଇସ୍ରୋ ପକ୍ଷରୁ ଆଶା ରଖାଯାଇଛି । ପୂର୍ବରୁ ଉଭୟ ବିକ୍ରମ ଓ ପ୍ରଜ୍ଞାନର ଏକାଧିକ ଫଟୋ ଜାରି କରିସାରିଛି ଇସ୍ରୋ । ଆଜି ପ୍ରଥମ ଥର ବିକ୍ରମର 3D ଫଟୋ ଜାରି କରିଛି ଇସ୍ରୋ । ଏହି ଫଟୋ ପ୍ରଜ୍ଞାନ ଦ୍ବାରା଼ ପ୍ରେରଣ କରାଯାଇଛି ।

2 ତାରିଖରେ ପ୍ରଥମେ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପମୋଡକୁ ଅଣାଯାଇଥିଲା । ପ୍ରଥମେ ଏହାର ବିଚରଣ ବନ୍ଦ କରାଯାଇଥିଲା । ପରେ ଏଥିରେ ଚନ୍ଦ୍ରପୃଷ୍ଠରୁ ତଥ୍ୟ ସଂଗ୍ରହ କରିବା ପାଇଁ ଲାଗିଥିବା APXS ଏବଂ LIBS ପେଲୋଡ୍ ବନ୍ଦ କରିବା ପରେ ସମ୍ପୁର୍ଣ୍ଣ ରୋଭରକୁ ଏକ ସୁରକ୍ଷିତ ସ୍ଥାନରେ ପାର୍କିଂ କରାଯାଇଥିଲା । ଏହି ପେଲୋଡ ଗୁଡିକ ମାଧ୍ୟମରେ ସଂଗୃହିତ ତଥ୍ୟ ପ୍ରଜ୍ଞାନ ଲ୍ୟାଣ୍ଡର ‘ବିକ୍ରମ’ ମାଧ୍ୟମରେ ପୃଥିବୀକୁ ପଠାଇ ସାରିଛି । ଏବେ ଏହା ସ୍ଲିପମୋଡକୁ ଚାଲିଯାଇଥିଲେ ସୁଦ୍ଧା ଏହାର ବ୍ୟାଟେରୀ ଶତ ପ୍ରତିଶତ ଚାର୍ଜ ରହିଛି । ଏହା ପରେ 3 ତାରିଖରେ ଲ୍ୟାଣ୍ଡର ବିକ୍ରମକୁ ପୁଣି ଉତକ୍ଷେଣ କରି କିଛି ମିଟର ଦୂରରେ ପୁଣି ସଫଳତାର ସଫ୍ଟ ଲ୍ୟାଣ୍ଡିଂ କରିବାରେ ‘ଇସ୍ରୋ’ ସଫଳ ହୋଇଥିଲା । ଏହା ପରେ ଲ୍ୟାଣ୍ଡର ମଧ୍ୟ ସ୍ଲିପମୋଡକୁ ଚାଲିଯାଇଥିଲା ।

ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡିବ । ରୋଭର ପ୍ରଜ୍ଞାନର ସମସ୍ତ ସୌର ପ୍ୟାନେଲକୁ ଆସନ୍ତା ଚନ୍ଦ୍ର ଦିବସ ପାଇଁ ସକ୍ରିୟ ରଖାଯାଇଛି । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ଯଦି ଏହି ଉଭୟ ମଡ୍ୟୁଲ ପୁନଃ କାର୍ଯ୍ୟକ୍ଷମ ହୋଇନପାରି ସେଠାରେ ଅଚଳ ହୋଇ ପଡିରହେ, ତେବେ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠର ଭାରତର ରାଷ୍ଟ୍ରଦୂତ (ଲୁନାର ଆମ୍ବାସଡର) ଭାବେ ବର୍ଣ୍ଣନା କରାଯିବା ନେଇ ଇସ୍ରୋ କହିସାରିଛି ।

ଏହା ମଧ୍ୟ ପଢନ୍ତୁ :-Rover Completed Assignments: ଟାସ୍କ ଶେଷ କରି ସ୍ଲିପମୋଡରେ ପ୍ରଜ୍ଞାନ, 22ତାରିଖକୁ ଅପେକ୍ଷା

23 ତାରିଖ ସଂଧ୍ୟା 6ଟା 4 ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇସାରିଛି । ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳତାର ସହ ଶେଷ ହୋଇଥିବା ବେଳେ ଆଦିତ୍ଯ ଏଲ-1 ମାଧ୍ୟମରେ ସୂର୍ଯ୍ୟ ଅଧ୍ୟୟନ ଆରମ୍ଭ କରିଛି ଇସ୍ରୋ । ଆଜି ପିଏସଲଭି ରକେଟ ସାହାଯ୍ୟରେ ଆଦିତ୍ୟ ଏଲ-1 ମହାକାଶ ଯାନକୁ ଉତକ୍ଷେପଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details