ନୂଆଦିଲ୍ଲୀ:ବର୍ଷ 2023 ତାରିଖ ବି ଅଗଷ୍ଟ 23 । ଆଉ ସମୟ 6ଟା 4 ମିନିଟ । ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଅଭୁଲା ହୋଇ ରହିବ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3 ସଫଳ ହୋଇଛି । ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତ । ଜହ୍ନରେ ନାଁ ଲେଖି ଇତିହାସ ରଚିଛି ଭାରତ । ଚାନ୍ଦର ଦକ୍ଷିଣ ମେରୁରେ ଅବତରଣ କରି ଐତିହାସିକ ସଫଳତା ହାସଲ କରିଛି ଇସ୍ରୋ । ଏହି ଅବିଶ୍ବସନୀୟ ଅସମ୍ଭବ ସଫଳତା ପାଇଁ ସାରା ବିଶ୍ବରୁ ଭାରତ, ଇସ୍ରୋ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଚନ୍ଦ୍ରଯାନ-3ର ସଫଳ ସଫ୍ଟ ଲ୍ୟାଣ୍ଡି ପରେ ଶୁଭେଚ୍ଛା ଦେଇଥିବାରୁ ବିଶ୍ବ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଚନ୍ଦ୍ରଯାନ-3ର ସଫଳତା ପାଇଁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଶୁଭେଚ୍ଛା ଜଣାଇଥିବାରୁ ଶେଖ ମହମ୍ମଦ ବିନ ଜାୟଦଙ୍କୁ ଧନ୍ୟବାଦ । ଏବି ମାଇଲଷ୍ଟୋନ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ ମାନବୀୟ ପ୍ରୟାସ ଏବଂ ଦୃଢତାର ପ୍ରତୀକ ।
ସେହିପରି ୟୁଏଇ ରାଷ୍ଟ୍ରପତି ଉର୍ସୁଲା ଭୋନ ଡେର ଲେୟନ ଚନ୍ଦ୍ରଯାନ-3ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଏହା ଐତିହାସିକ ମାଇଲଷ୍ଟୋନ ଓ ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ସମୟ । ମହାକାଶ ଅନୁସନ୍ଧାନରେ ଭାରତ ପ୍ରକୃତରେ ଅଗ୍ରଣୀ ହୋଇପାରିଛି । ଭାରତର ସଫଳତା ସମଗ୍ର ବିଶ୍ବର ଗବେଷଣାକୁ ଲାଭ ପ୍ରଦାନ କରିବ । ଏନେଇ ପ୍ରଧାନମନ୍ତ୍ରୀ ୟୁଏଇ ରାଷ୍ଟ୍ରପତି ଉର୍ସୁଲା ଭୋନ ଡେର ଲେୟନ ଧନ୍ୟବାଦ ଦେଇଛନ୍ତି । ଟ୍ବିଟ କରି ସେ କହିଛନ୍ତି, ''ତୁମର ଶୁଭେଚ୍ଛା ଶଦ୍ଦ ପାଇଁ ଧନ୍ୟବାଦ । ଭାରତ ସମସ୍ତ ମାନବଜାତି ପାଇଁ ଅନୁସନ୍ଧାନ, ଶିକ୍ଷା ଓ ଅଂଶୀଦାର ଜାରି ରଖିବ ।’’
ସେହିପରି ରିପବ୍ଲିକ ଅରମନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିୟାନ ଚନ୍ଦ୍ରଯାନ ସଫଳତା ପାଇଁ ଭାରତ ସମେତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫଳତାର ସହ ଅବତରଣ କରିଛି । ଏହା ମାନବଜାତି ସହ ବିଜ୍ଞାନ ଓ ଟେକ୍ନୋଲୋଜି ପାଇଁ ଏକ ବଡ ସଫଳତା । ଏନେଇ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।