ଓଡିଶା

odisha

ETV Bharat / bharat

Chandrayaan-3 MahaQuiz: ପ୍ରତିଯୋଗିତାରେ ନାଗରିକଙ୍କୁ ସରକାରଙ୍କ ନିମନ୍ତ୍ରଣ, ବିଜେତାଙ୍କୁ ୧ଲକ୍ଷ ପୁରସ୍କାର - ଚନ୍ଦ୍ରଯାନ ୩ ମିଶନ ଉପରେ କୁଇଜ କମ୍ପିଟେସନ

ଆରମ୍ଭ ହେଲା ଚନ୍ଦ୍ରଯାନ-୩ ମହାକୁଇଜ୍‌ । କେମିତି ଜିତିବେ ୧ ଲକ୍ଷ ପୁରସ୍କାର ରାଶି ଓ କିପରି ନେବେ ଭାଗ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର

Etv Bharat
Etv Bharat

By ETV Bharat Odisha Team

Published : Sep 5, 2023, 4:38 PM IST

ନୂଆଦିଲ୍ଲୀ:ଆରମ୍ଭ ହେଲା ଚନ୍ଦ୍ରଯାନ-୩ ମହାକୁଇଜ୍‌ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସଫଳତାକୁ ସେଲିବ୍ରେଟ କରିବା ଲାଗି ଭାରତୀୟଙ୍କୁ ମିଳିଛି ସୁଯୋଗ । ଦେଶର ଏହି ଐତିହାସିକ ମହାକାଶ ଅନୁସନ୍ଧାନ ଯାତ୍ରାକୁ ସମ୍ମାନ ଜଣାଇବା ଅର୍ଥେ ଦେଶବାସୀଙ୍କୁ ଏହି ସୁଯୋଗ ଦେଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶବାସୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଚନ୍ଦ୍ରର ରୋଚକ ତଥ୍ୟ ଜାଣିପାରିବେ । ପ୍ରତିଯୋଗିତାରେ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଦେଶର ଶାସନ ଓ ବିକାଶରେ ପ୍ରତିଟି ନାଗରିକଙ୍କୁ ଯୋଡ଼ିବା ଲାଗି ୨୦୧୪ ମସିହାରେ ଆରମ୍ଭ ହୋଇଥିବା ମୋ ସରକାର ବା MyGov.in ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି, " ଦେଶର ଏହି ଐତିହାସିକ ମହାକାଶ ଅନୁସନ୍ଧାନ ଯାତ୍ରାକୁ ସମ୍ମାନ ଜଣାଇ @mygovindia ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଚନ୍ଦ୍ରଯାନ-୩ ମହାକୁଇଜ୍‌ । ଆସନ୍ତୁ ସମସ୍ତେ ମିଳିମିଶି ଚନ୍ଦ୍ର ଯାତ୍ରାକୁ ସେଲିବ୍ରେଟ କରିବା ।"

କେମିତି ନେବେ ଭାଗ ? :-

  1. MyGovରେ ଏକ ଆକାଉଣ୍ଟ ଖୋଲନ୍ତୁ ।
  2. ନିଜ ପ୍ରୋଫାଇଲ ପେଜ୍‌ରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରନ୍ତୁ । ଏହି ତଥ୍ୟ ଆଧାରରେ ପ୍ରତିଯୋଗୀଙ୍କୁ ଯୋଗାଯୋଗ କରାଯିବ । ପ୍ରୋଫାଇଲରେ ପଚରା ଯାଇଥିବା ତଥ୍ୟକୁ ନ ଭରିଲେ ପ୍ରତିଯୋଗୀ ଜଣକ ଯୋଗ୍ୟ ବିବେଚିତ ହେବେ ନାହିଁ ।
  3. ୟୁଜର ଏକ ବୈଧ ମୋବାଇଲ ନମ୍ବର ଦେବା ଉଚିତ । ଏହି ନମ୍ବରରେ OTP ଯିବା ପରେ ଆପଣ କୁଇଜ୍‌କୁ ଆରମ୍ଭ କରିପାରିବେ । ଅନ୍ତର୍ଜାତୀୟ ସ୍ତରର ୟୁଜର ଏକ ବୈଧ ମୋବାଇଲ ନମ୍ବର ଦେବା ଉଚିତ ।
  4. ଗୋଟିଏ ମୋବାଇଲ ନମ୍ବରକୁ ଏକାଧିକ ପ୍ରତିଯୋଗୀ ବ୍ୟବହାର କରାପାରିବେ ନାହିଁ । ଯଦି ୨ଥର ଗୋଟିଏ ମୋବାଇଲ ନମ୍ବରରେ ପେଜ ଖୋଲାଯାଉଛି, ତେବେ ପ୍ରଥମ ପ୍ରତିଯୋଗୀଙ୍କୁ ଯୋଗ୍ୟ ବିବେଚିତ କରାଯିବ ।
  5. ଥରେ କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଲେ, ଏଥିରେ ଥିବା ସମସ୍ତ ସର୍ତ୍ତାବଳୀକୁ ପ୍ରତିଯୋଗୀ ମାନିବା ଆବଶ୍ୟକ ।
  6. ପ୍ରତିଯୋଗୀ 'Submit' ବଟନ୍‌ରେ କ୍ଲିକ କରିବା ମାତ୍ରେ କୁଇଜ୍‌ ପ୍ରତିଯୋଗିତା ଆରମ୍ଭ ହେବ । ସଠିକ OTP ଦେବା ପରେ ପ୍ରତିଯୋଗିତା ଆରମ୍ଭ ହେବ ।
  7. ସ୍ବୟଂଚାଳିତ ଭାବେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପ୍ରତିଯୋଗୀଙ୍କ ନିକଟକୁ ପଠାଯିବ ।
  8. କୁଇଜ୍‌ ଶେଷ ହେବା ପରେ ୨୪ ଘଣ୍ଟା ମଧ୍ୟରେ ପ୍ରତିଯୋଗୀଙ୍କ ମୋବାଇଲ ଓ ଇ-ମେଲକୁ ଏକ ମେସେଜ ଯିବ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଲାଗି ଏକ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ କରିପାରିବେ ୟୁଜର ।
  9. ଏହି ପ୍ରତିଯୋଗିତାକୁ ନେଇ ଅପଡେଟ ଜାଣିବା ଲାଗି ପ୍ରତିଯୋଗୀମାନେ ପ୍ରତିଦିନ ୱେବସାଇଟ ଯାଞ୍ଚ କରିବା ଆବଶ୍ୟକ ।
  10. ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ମହାକୁଇଜ୍‌ ପୁରସ୍କାର ରାଶି:-ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବାକୁ ଥିବା ବେଳେଦ୍ବିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କା ପୁରସ୍କାର ରାଶି । ସେହିପରି ୩ୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ପୁରସ୍କାର ରାଶି ମିଳିବ । ଏହାପରେ ୧୦୦ ସର୍ବୋତ୍ତମ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କୁ ୨ ହଜାର ଲେଖାଏଁ ଓ ୨୦୦ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ୧ ହଜାର ଲେଖାଏଁ ପୁରସ୍କାର ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ।

କଣ ରହିଛି ସର୍ତ୍ତାବଳୀ ?

  • ଏହି କୁଇଜ୍‌ ପ୍ରତିଯୋଗିତାରେ ସମସ୍ତ ଭାରତୀୟ ନାଗରିକ ଅଂଶଗ୍ରହଣ କରିପାରିବେ ।
  • ISRO ଏବଂ MyGovର ଯେକୌଣସି ଅପ୍ରତ୍ୟାଶିତ ଘଟଣା ଘଟିବା ସମୟରେ କୁଇଜ୍‌ ପ୍ରତିଯୋଗିତା ନିୟମ ପରିବର୍ତ୍ତନ କିମ୍ବା ବନ୍ଦ କରିବାର ସମସ୍ତ ଅଧିକାର ରହିଛି ।
  • ଯଦି ଅଂଶଗ୍ରହଣକାରୀଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ଜଣାପଡ଼େ ତେବେ ISRO ଏବଂ MyGov ଯେକୌଣସି ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ ଘୋଷଣା କରିବାର ସମସ୍ତ ଅଧିକାର ରହିଛି ।
  • କୁଇଜ୍ ହୋଷ୍ଟିଂ ସହିତ ISRO ଏବଂ MyGov କର୍ମଚାରୀ ଏବଂ ସେମାନଙ୍କର ସଂପୃକ୍ତ ଏଜେନ୍ସି କିମ୍ବା କର୍ମଚାରୀମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସଂଯୁକ୍ତ । ଏହି କୁଇଜ୍‌ରେ ଭାଗ ନେବାକୁ ସେମାନେ ଯୋଗ୍ୟ ନୁହଁନ୍ତି । ଏହି ଅଯୋଗ୍ୟତା ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ।
  • କୁଇଜ୍ ଉପରେ ISRO ଓ MyGovର ନିଷ୍ପତ୍ତି ଚୂଡାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details