ଅମରାବତୀ:ବସ ଉପରେ ବସି ସଭାସ୍ଥଳରେ ପହଞ୍ଚିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ (TDP chief Chandrababu Naidu) । ଆନ୍ଧ୍ରପ୍ରଦେଶର କୁପ୍ପମଠାରେ ପୋଲିସ ପ୍ରଚାର ଗାଡ଼ିକୁ ଜବତ କରିବା ପରେ ଶେଷରେ ବସରେ ଚଢି ସେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ଚିତ୍ତୁର ଜିଲ୍ଲା କୁପ୍ପମ ନିର୍ବାଚନମଣ୍ଡଳୀକୁ ଯିବା ସମୟରେ ପୋଲିସ ସବୁ ଦିଗରୁ ତାଙ୍କ ରାସ୍ତା ରୋକିଥିବା ନେଇ ଅଭିଯୋଗ ହୋଇଛି । ଗୁଡିଆପାଲ୍ଲିଠାରେ ଥିବା ଦଳୀୟ ଅଫିସରେ ପହଞ୍ଚିବା ଲାଗି ପୋଲିସ ତାଙ୍କ ରାସ୍ତା ରୋକିଥିବା ଅଭିଯୋଗ ହୋଇଛି ।
ଆନ୍ଧ୍ରପ୍ରଦେଶ ସରକାର ଓ ପୋଲିସର ଏଭଳି ଆଭିମୁଖ୍ୟ ବିରୋଧରେ ସେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଚନ୍ଦ୍ରବାବୁ ସରକାରଙ୍କ ବିରୋଧରେ ନିଜ କ୍ରୋଧଭାବ ପ୍ରକାଶ କରିଛନ୍ତି । ଗୁଡିଆପାଲିଠାରୁ ସଭାସ୍ଥଳରେ ପହଞ୍ଚିବା ପାଇଁ ୩ଟି ରାସ୍ତା ରହିଛି । ଏହି ୩ଟି ରାସ୍ତାରେ ପୋଲିସ ଚନ୍ଦ୍ରବାବୁଙ୍କ ପାଇଁ ବାଧକ ସାଜିଥିଲା । ଏହାପରେ ସେ ବସ ଉପରେ ଚଢିଥିବା ଦେଖିବାକୁ ମିଳିଥିଲା(Chandrababu Naidu climbs a Bus to address people) । ତେବେ ପୋଲିସ ଏପରି ସରକାରଙ୍କ ଇଙ୍ଗିତ କାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି ସେ । ଏ ନେଇ ସେ କହିଛନ୍ତି, "ସରକାରଙ୍କ ଆଜ୍ଞାକାରୀ ଭାବେ ରୁହ ନାହିଁ । ଆଇନ ଅନୁସାରେ କାର୍ଯ୍ୟ କର । ସେମାନେ ଏଠାରୁ ମୋତ ଫେରାଇ ଦେବାକୁ ଚେଷ୍ଟା କରୁଥିଲେ । ମାତ୍ର ଏପରି ହୋଇନଥିଲା । ମୁଁ ଯିବା ପରିବର୍ତ୍ତେ ସେମାନଙ୍କୁ ପଛକୁ ଫେରାଇଦେଇଥିଲି ।"