ଚଣ୍ଡିଗଡ:ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଘଟଣାରେ ଗିରଫ ହୋଇଥିବା 3 ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ କଷ୍ଟଡିକୁ ପଠାଯାଇଛି (Chandigarh University video row )। ଗତକାଲି ବିଳମ୍ବିତ ସଂଧ୍ୟାରେ ସମ୍ପୃକ୍ତ ଛାତ୍ରୀଙ୍କ ସମେତ ମୋଟ 3 ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ କଷ୍ଟଡିକୁ ପଠାଇଛନ୍ତି । ଗତକାଲି ଦିନ ତମାମ ଉତ୍ତେଜନା ମଧ୍ୟରେ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।
ଗତକାଲି ସଂଧ୍ୟାରେ ହିମାଚଳ ପ୍ରଦେଶ ପୋଲିସ ଦୁଇ ପୁରୁଷ ଅଭିଯୁକ୍ତଙ୍କୁ ଶିମଲାରୁ ଗିରଫ କରିବା ପରେ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରିଥିଲା । ଗିରଫଙ୍କ ମଧ୍ୟରେ ସମ୍ପୃକ୍ତ ଯୁବତୀଙ୍କ ପୁରୁଷ ବନ୍ଧୁ ମଧ୍ୟ ରହିଥିଲେ । ପରେ ମୋହାଲିରୁ ସମ୍ପୃକ୍ତ ଛାତ୍ରୀଙ୍କୁ ମଧ୍ୟ ଗିରଫ କରିଥିଲା ପଞ୍ଜାବ ପୋଲିସ । ପ୍ରାୟ ୬୦ ଛାତ୍ରୀଙ୍କର ଆପତ୍ତିଜନକ ଭିଡିଓ (60 students mms viral) ଭାଇରାଲ ହେବା ଘଟଣାରେ ସମଗ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଉତ୍ତେଜନାପୂର୍ଣ୍ଣ ରହିଥିଲା । ହଜାର ହଜାର ଛାତ୍ରଛାତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କ୍ୟାମ୍ପସରେ ପ୍ରତିବାଦ କରିଥିଲେ (ruckus in mohali university)। ସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତକାଲି 2 ଦିନ (ସେପ୍ଟେମ୍ବର 19 ଏବଂ 20 ତାରିଖ) ପର୍ଯ୍ୟନ୍ତ କ୍ୟାମ୍ପସରେ ସମସ୍ତ ଏକାଡେମିକ କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ ଘୋଷଣା କରିଥିଲେ । ଆଜି ସ୍ଥିତିକୁ ଦେଖି ଏହି ଅବଧିକୁ 26 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ